Latest Odisha News

ଭାରି ପଡ଼ିଲା ଖାଦ୍ୟ ଲୋଭ : ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଲା ହାତୀ

ଅନୁଗୁଳ : ବିପଦ ମୁହଁକୁ ଟାଣି ନେଲା ଖାଦ୍ୟ ଲୋଭ । ଭାରି ପଡ଼ିଲା ପଣସ ଖାଇବା ନିଶା । ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଗଲା ମାଇ ହାତୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଦେଖିବାକୁ ମିଳିଛି ।

ଗତ ରାତିରେ ହାତୀଟି ପଣସ ପାଚିଥିବାର ବାସ୍ନା ପାଇ ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ପଶିଥିଲା । ସେହି ଜଙ୍ଗଲରେ ବହୁ ଗଛରେ ପଣସ ପାଚିଥିବା ବେଳେ ତାହାକୁ ଖାଇବାକୁ ମନ ବଳାଇଥିଲା। ହାତୀଟି ପଣସ ଖାଇବାକୁ ଉଦ୍ୟମ କରୁଥିବା ବେଳେ କୈାଣସି ଅସାବଧାନତା ବଶତଃ ତା ଗୋଡ଼ ପଣସ ଗଛ ଓ ତା’ ପାଖରେ ଥିବା ଆମ୍ବ ଗଛ ମଝିରେ ଫସି ଯାଇଛି । ପରେ ହାତୀଟି ଦୁଇ ଗଛ ମଝିରୁ ବାହାରିବାକୁ ବହୁ ଚେଷ୍ଟା କରିବା ସତ୍ତ୍ୱେ ସେଥିରୁ ବାହାରି ପାରି ନାହିଁ ।

ଏନେଇ ହାତୀଟିକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ବନ ବିଭାଗ । ତେବେ ହାତୀଟି ନିଜ ଦଳ ସହ ଆସିଛି ନା ଏକୁଟିଆ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

 

Leave A Reply

Your email address will not be published.