Latest Odisha News

ବେକରେ ଦଉଡ଼ି ଦେଇ ହଷ୍ଟେଲରେ ଝୁଲିପଡ଼ିଲେ +୨ ଛାତ୍ରୀ 

ବ୍ରହ୍ମପୁର : ପୁଣି ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଛାତ୍ରୀ । ଏପରି ଦୁଃଖଦ ଘଟଣା  ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଘଟିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁର ଅଞ୍ଚଳର ସୁଜ୍ଞାନୀ ସ୍ୱାଇଁ ।

ସୁଜ୍ଞାନୀ ପଦ୍ମାବତୀ ଛାତ୍ରୀ ନିବାସରେ ରହି ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ । ହେଲେ ଛାତ୍ରୀ ଜଣକ ନିଜ ରୁମରେ କେହି ନଥିବା ସମୟରେ ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି । ତେବେ ସୁଜ୍ଞାନୀ ଏପରି କାହିଁକି କଲେ ଏହା ପଛର କାରଣ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହଷ୍ଟେଲରୁ ଖବର ପାଇ ପରିବାର ଲୋକେ ହଷ୍ଟେଲରୁ ଖବର ପାଇ ପହଞ୍ଚିଛନ୍ତି । ଏନେଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.