Latest Odisha News

BREAKING NEWS

ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ

ଲକ୍ଷ୍ନୌ: ମଧ୍ୟପ୍ରଦେଶ ପରେ ଏବେ ଉତ୍ତର ପ୍ରଦେଶରେ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ଟାକ୍ସ ଫ୍ରି କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଫିଲ୍ମକୁ କରମୁକ୍ତ କରିବା ନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପରେ ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି କରିବା ନେଇ ସୂଚନା ଦେଇଥିଲେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଟ୍ୱିଟ୍ କରି ଫିଲ୍ମକୁ କରମୁକ୍ତ ଘୋଷଣା କରି ଲେଖିଛନ୍ତି “ ଦ କେରଳ ଷ୍ଟୋରୀକୁ ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଇଯିବ। ” କେବଳ ସେତିକି ନୁହେଁ ଟ୍ୟାକ୍ସ ଫ୍ରି କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସବୁ ମନ୍ତ୍ରୀଙ୍କ ସହ ବସି ଫିଲ୍ମ ଦେଖିବେ ବୋଲି ଯୋଜନା ହୋଇଥିବା ସୂଚନା ମିଳିଛି।

ଫିଲ୍ମକୁ ଅଣବିଜେପି ଶାସିତ ରାଜ୍ୟରେ ବିରୋଧ କରାଯାଉଥିବା ବେଳେ ବିଜେପି ଶାସିତ ରାଜ୍ୟରେ ସମର୍ଥ ମିଳୁଛି। ମେ ୬ ତାରିଖରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଫିଲ୍ମକୁ କର ମୁକ୍ତ ଘୋଷଣା କରିଥିଲେ। ଆଗକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଫିଲ୍ମ ଟ୍ୟାକ୍ସ ଫ୍ରି ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ଫିଲ୍ମ ଦୁଇଟି ରାଜ୍ୟ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ବ୍ୟାନ୍ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରଖିବାକୁ ଫିଲ୍ମକୁ ବ୍ୟାନ୍ କରାଯାଇଥିବା ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣାକରିଛନ୍ତି।

ସୂଚନା ଥାଉକି କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀଙ୍କୁ ଜାଲରେ ଫସାଇ ସେମାନଙ୍କର ଧର୍ମ ପରିବର୍ତ୍ତନ କରିବା ସହ ସେମାନଙ୍କୁ ଆତଙ୍କବାଦ ସଂଗଠନ ଆଇଏସ୍ଏସ୍ଆଇରେ ଭର୍ତ୍ତି କରିବାକୁ ଆଫଗାନିସ୍ତାନ, ୟେମେନ ଓ ସିରିଆକୁ ପଠାଯାଉଥିଲା। ପାଖପାଖି ୩୨ ହଜାର ଯୁବତୀଙ୍କୁ ଏଭଳି ଫସାଯାଇଛି ବୋଲି ଫିଲ୍ମରେ କାହାଣୀର ପୃଷ୍ଠ ଭୂମି ରହିଛି। ହେଲେ ଅନେକ ଏହାକୁ ମିଥ୍ୟା ବୋଲି କହି ବିରୋଧ କରୁଛନ୍ତି।

 

 

Leave A Reply

Your email address will not be published.