Latest Odisha News

ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ : ତେଲକୋଇରେ ଥମୁନି ହାତୀ ଉପଦ୍ରବ

ତେଲକୋଇ: ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ହାତୀ ପଲ ଅଞ୍ଚଳରେ କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛନ୍ତି । ସ୍ଥାନୀୟଲୋକ ଭୟରେ ଦିନ କାଟୁଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଭିମକାଣ୍ଡ ଗାଁ ଭିତରେ ୩ ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି । ଗାଁ ଲୋକଙ୍କ ଏକର ଏକର ଆଳୁ ଫସଲ ଖାଇବା ସହ ଦଳମକଚି ନଷ୍ଟ କରିଛନ୍ତି । ସମସ୍ତ ଫସଲ ନଷ୍ଟ କରିବାରୁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ଉଚିତ ପଦକ୍ଷେପ ନେଉନାହିଁ ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.