Latest Odisha News

BREAKING NEWS

ସନ୍ନି ଲିଓନଙ୍କୁ ଜେରା କଲା କ୍ରାଇମ୍ ବ୍ରାଞ୍ଚ !

କୋଚି(କେରଳ): କେରଳ ଯାଇ ଫସିଗଲେ ଅଭିନେତ୍ରୀ ସନ୍ନି ଲିଓନ । ନିକଟରେ ତାଙ୍କୁ କେରଳ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ତାଙ୍କ ବିରୋଧରେ ଆସିଛି ଠକେଇ ଭଳି ସଙ୍ଗୀନ ଅଭିଯୋଗ ।

ପୋଲିସ ରିପୋର୍ଟ ଅନୁଯାୟୀ ସନ୍ନିଙ୍କ ବିରୋଧରେ ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ ତାଙ୍କୁ କେରଳ କ୍ରାଇମ୍ ବ୍ରାଞ୍ଚ ଗତକାଲି ରାତିରେ ଜେରା କରିଥିଲା । ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସନ୍ନି ଆର୍‌. ଶ୍ରେୟସ୍ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ । ହେଲେ ପରେ ଜବାବ ମୁତାବକ କାର୍ମ୍ୟକ୍ରମରେ ସାମିଲ ହୋଇନଥିଲେ କି ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ ।

ଅନ୍ୟପଟେ କରୋନା ମହାମାରୀ ପାଇଁ ସନ୍ନି କାର୍ମ୍ୟକ୍ରମରେ ଯୋଗଦେଇନଥିଲେ ବୋଲି କ୍ରାଇମ୍ ବ୍ରାଞ୍ଚ ନିକଟରେ ଜବାବ ରଖିଛନ୍ତି । ଏପରିକି ଆୟୋଜକମାନେ ୫ଥର କାର୍ଯ୍ୟକ୍ରମ ବାତିଲ କରିଥିଲାବେଳେ ଠିକଣା ସମୟରେ ଆୟୋଜନ କରିବାରେ ବିଫଳ ହୋଇଛନ୍ତି । କିଛି ଏପରି ବୟାନ୍ ଦେଇ ସନ୍ନି ଲିଓନ୍ କ୍ରାଇମ୍ ବ୍ରାଞ୍ଚ ଜେରାରୁ ମୁକୁଳିବାରେ ସକ୍ଷମ ହୋଇଥିଲେ । କ୍ରାଇମ୍ ବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ସନ୍ନି ଓ ଆୟୋଜକଙ୍କ ସହ ବୁଝାମଣା ହୋଇଛି । ଆଗାମୀ ଦିନରେ ସନ୍ନି ଏକ ନିର୍ଦ୍ଧଷ୍ଟ ସୂଚୀ ଅନୁଯାୟୀ କାର୍ଯ୍ୟକ୍ରମରେ ଯୋଗଦେବେ ।

Leave A Reply

Your email address will not be published.