Latest Odisha News

BREAKING NEWS

ହାତୀ ପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ 

ତେଲକୋଇ : ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ୪ଦିନ ହେଲା ୨ ଟିକିଆ ହାତୀ ପଲ ତେଲକୋଇ  ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ବିପୁଳ ପରିମାଣର ଚାଷ ନଷ୍ଟ କରୁଛନ୍ତି ହାତୀପଲ ।

ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବା ତ ଦୁରର କଥା , ଗାଁରେ ହାତୀ ପଶିଥିବା ସୂଚନା ଦେଲେ ମଧ୍ୟ ଷ୍ଟାପ ନାହିଁ କହି ହାତୀ ଘଉଡାଇବାକୁ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀଙ୍କୁ ଘଉଡାଇବା ପାଇଁ କର୍ମଚାରୀ ନିଯୁକ୍ତି କରିଛି ବନବିଭାଗ । କିନ୍ତୁ ସେମାନେ ହାତୀ ଘଉଡାବାରେ ବିଫଳ ହେଉଛନ୍ତି ।

ସେପଟେ ହାତୀଙ୍କ ସୁରକ୍ଷାକୁ ନେଇ ନେସ୍କୋ କର୍ତ୍ତୃପକ୍ଷ ରାତ୍ର ୧୧ଟାରୁ ସମୟରେ ବିଦ୍ୟୁତ କାଟ କରୁଥିବାରୁ ସମସ୍ୟା ଆହୁରି ବଢିଯାଇଛି । ଲୋକେ ଅନ୍ଧାରରେ ରାତି କାଟୁଛନ୍ତି ।

ହାତୀ ପଲଙ୍କ ପାଇଁ ଏପଟେ ଫସଲ ନଷ୍ଟ ହେଉଛି ସେପଟେ ଅନ୍ଧାରରେ ରହୁଛନ୍ତି ଲୋକେ, ଯାହାଙ୍କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

 

Leave A Reply

Your email address will not be published.