Latest Odisha News

BREAKING NEWS

ଘରେ ବସି ଡାଉନଲୋଡ୍ କରିପାରିବେ ଡିଜିଟାଲ ଭୋଟର ପରିଚୟପତ୍ର, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ଭୋଟର ପରିଚୟପତ୍ରର ଡିଜିଟାଲ ସଂସ୍କରଣ ଅର୍ଥାତ୍ ଇଲେକ୍ଟ୍ରୋନିକ ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡର ଆରମ୍ଭ ହୋଇଛି । ଏବେ କୌଣସି ବି ବ୍ୟକ୍ତିଙ୍କୁ ଭୋଟର ପରିଚୟପତ୍ରର ହାର୍ଡ କପି ପାଖରେ ରଖିବାକୁ ପଡ଼ିବ ନାହିଁ । ସହଜରେ ମୋବାଇଲ ଓ କମ୍ପ୍ୟୁଟରରେ କେହି ବି ନିଜର ଭୋଟର ପରିଚୟପତ୍ରର ସଫ୍ଟ କପି ଡାଉନଲୋଡ୍ କରିପାରିବେ ।

ଜାତୀୟ ଭୋଟର ଦିବସ ଅବସରରେ e-EPICକୁ ଉଦଘାଟନ କରିଛନ୍ତି । ଆପଣ ନ୍ୟାସନାଲ ଭୋଟର ମୋବାଇଲ୍ ଆପ କିମ୍ବା ୱେବସାଇଟକୁ ଯାଇ ଆପଣଙ୍କ ଭୋଟର ପରିଚୟପତ୍ର ଡାଉଲନୋଡ୍ କରିପାରିବେ । ସବୁଠାରୁ ବଡ଼ କଥା ହେଲା ଏହା ପିଡିଏଫ ଫର୍ମାଟରେ ଉପଲବ୍ଧି ହେଉଛି ।

ଆସନ୍ତୁ ଜାଣିବା କେମିତି ଡାଉନଲୋଡ୍ କରିବେ ଆପଣଭଙ୍କ ଭୋଟର ପରିଚୟପତ୍ର

  • ଡିଜିଟାଲ ଭୋଟର ପରିଚୟପତ୍ର ଆରମ୍ଭ ୨ଟି ପର୍ଯ୍ୟାୟରେ ହେବ ।
  • ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୫ରୁ ଜାନୁଆରୀ ୩୧ ଯାଏ ଚାଲିବ ।
  • ଏହି ପର୍ଯ୍ୟାୟରେ ନୂଆ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତି । ଯେଉଁମାନେ ଆବେଦନ ବେଳେ ମୋବାଇଲ୍ ନମ୍ବର ଦେଇଥିବେ । ସେମାନେ ଡିଜିଟାଲ ଭୋଟର କାର୍ଡ ଡାଉନଲୋଡ୍ କରିପାରିବେ ।
  • ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୧ରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ସମସ୍ତ ଭୋଟରଙ୍କୁ ଏହି ସୁବିଧା ମିଳିବ ।
  • ଏଥିପାଇଁ ସମସ୍ତ ଭୋଟରଙ୍କୁ ମୋବାଇଲ୍ ନମ୍ବରକୁ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଲିଙ୍କ କରିବାକୁ ପଡ଼ିବ ।
  • ଯେଉଁମାନଙ୍କ ମୋବାଇଲ୍ ନମ୍ବର ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ସହ ଲିଙ୍କ୍ ହୋଇନାହିଁ । ସେମାନେ ପୁଣିଥରେ ନିଜ ତଥ୍ୟ ଦେବେ । ଯାହାପରେ ମୋବାଇଲ୍ ନମ୍ବର ଲିଙ୍କ ହେବ ।
  • e-EPIC ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ voterportal.eci.gov.in ଲଗଇନ୍ କରିବାକୁ ପଡ଼ିବ ।
  • ଡାଉନଲୋଡ୍ ହୋଇଥିବା ଡିଜିଟାଲ ଭୋଟର ପରିଚୟପତ୍ରକୁ ଡିଜିଲକରରେ ବି ରଖିହେବ ।
  • ଡିଜିଟାଲ୍ ଭୋଟର ପରିଚୟପତ୍ରରେ କ୍ୟୁଆର୍ କୋଡ୍ ରହିଛି । ଫଳରେ ଏହାର ନକଲ ହୋଇପାରିବ ନାହିଁ ।
Leave A Reply

Your email address will not be published.