ସୁନ୍ଦରଗଡ଼: ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡରେ ହାତୀ ପଲଙ୍କ ଉପଦ୍ରବ । ପାହାଡରେ କିଛି ଦିନ ରହିବା ପରେ ଏହି ହାତୀ ପଲ ଏବେ ଧିରେ ଧିରେ ଗାଁ ମୁହାଁ ହେଉଛନ୍ତି । ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର, ଘଣ୍ଟିବୁଡ଼ ଅଞ୍ଚଳରେ ଆତଙ୍କ ମଚାଉଛନ୍ତି । ୪ଟି ହାତୀ ଦିନ ବେଳା ନିକଟସ୍ଥ ଜଙ୍ଗଲକୁ ଯିବା ସହିତ ସଂଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ।
ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି । ଏକ ମାସରୁ ଅଧିକ ସମୟ ହେଲାଣି ଗାଁରେ ଏଭଳି ଘଟଣା ଘଟୁଛି । ତଥାପି ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଛି । ଲୋକେ ରାତି ଅନିଦ୍ରା ହୋଇ ନିଜ ଚାଷ ଜମିକୁ ଜଗି ରହୁଛନ୍ତି । ଏବଂ ଜନବସିତି ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଥିବାରୁ ଗାଁରେ ଆତଙ୍କ ଖେଳିଯାଇଛି ।
Comments are closed.