Latest Odisha News

BREAKING NEWS

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ, ଅଧ ରାତ୍ରୀରେ ଜନ୍ମ ନେବେ ପ୍ରଭୂ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଦ୍ଵାରିକାନଗରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଇଁ ମଥୁରାନଗରୀରେ ଆୟୋଜନ ହୋଇଛି ବିଶେଷ କାର୍ଯ୍ୟକ୍ରମ ।

ଆଜି ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରକୃଷ୍ଣ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମଥୁରା ନଗରୀ । ଜନ୍ମତ୍ସବର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀରେ ଚଳିତ ବର୍ଷ ଜନ୍ମାଷ୍ଟମୀ ପୂଜା ଚନ୍ଦ୍ରଯାନ-୩ରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ଇସ୍ରୋର ସେହି ସମସ୍ତ ବୈଜ୍ଞାନିକମାନଙ୍କ ନାମରେ ସମର୍ପିତ କରାଯିବ । ଆଜି ମଧ୍ୟ ରାତ୍ରୀରେ ଭଗବାନ ଶ୍ରୀକୃଷ୍ଣ ‘ପ୍ରଜ୍ଞାନ ପୋଷାକ’ ଧାରଣ କରି ‘ସୋମନାଥ ପୁଷ୍ପ ବଙ୍ଗଳା’ରେ ବିରାଜମାନ ହେବେ । ଚଳିତ ବର୍ଷ ଏହି ମହୋତ୍ସବ ଦେଶର ବିକାଶ ତଥା ହିନ୍ଦୁ ରାଷ୍ଟ୍ରର ସଂକଳ୍ପ ସହିତ ପାଳନ କରାଯିବ।

ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମତ୍ସବ ପାଇଁ ସକାଳ ୫.୩୦ ରୁ ରାତ୍ର୧.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାରହିବ ।  ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନର ସଚିବ କପିଳ ଶର୍ମାଙ୍କ କହିବା ଅନୁସାରେ, ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀ ଅବସରରେ ପରମ୍ପରା ଅନୁଯାୟୀ ଶ୍ରଦ୍ଧାଳୁ ମାନଙ୍କୁ ଅଭିବାଦନ ପୁଡିଆ, ଖେଳନା, ମିଠା, ଫଳ, ପୋଷାକ ଇତ୍ୟାଦି ବଣ୍ଟନ କରାଯିବ। ସେହିପରି ନନ୍ଦୋତ୍ସବ ଦିନ ସମସ୍ତ ଭକ୍ତଙ୍କୁ ଦଧୀ-ଅନ୍ନ ଏବଂ ପୁଆର ସ୍ୱତନ୍ତ୍ର ପ୍ରସାଦ ବଣ୍ଟନ କରାଯିବ। ସୂଚନାଯୋଗ୍ୟ ଯେ, ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଭଗବାନଙ୍କୁ ଅବସ୍ଥାନ କରାଇବା ପାଇଁ ପ୍ରସ୍ତୁତ ହୋଇଥିବା ‘ସୋମନାଥ ପୁଷ୍ପ ବଙ୍ଗଳା’ର ନାମକରଣ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ପ୍ରମୁଖ ‘ଏସ. ସୋମନାଥ’ଙ୍କ ନାମାନୁସାରେ ହୋଇଛି । ଯେଉଁ ପୋଷାକରେ ଭଗବାନ ଶ୍ରୀକୃଷ୍ଣ ଦର୍ଶନ ଦେବେ ତାହାର ନାମ ମଧ୍ୟ ‘ରୋଭର ପ୍ରଜ୍ଞାନ’ର ନାମାନୁସାରେ ‘ପ୍ରଜ୍ଞାନ ପ୍ରଭାସ’ ରଖାଯାଇଛି ।

କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂଶର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଗାଁଠୁ ସହର ସବୁଠି ଏହି ଦିନ ଉତ୍ସବମୂଖର ହୋଇଉଠେ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।

 

Leave A Reply

Your email address will not be published.