Latest Odisha News

ମୁଣ୍ଡେଇଲୋ ଗାଁରେ ହାତୀପଲଙ୍କ ତାଣ୍ଡବ, ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଢେଙ୍କାନାଳ : ତାଣ୍ଡବ ରଚୁଛନ୍ତି ହାତୀ । ନଷ୍ଟ କରୁଛନ୍ତି ଏକର ଏକର ଫସଲ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁର ହାତୀ ପଲ୍ଲ ତାଣ୍ଡବ ଖେଳାଉଛନ୍ତି ।ଫଳରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ହାତୀ ପଲ୍ଲ ପଶି ୪୦ ରୁ ଉର୍ଦ୍ଧ୍ବ ଧାନ ବସ୍ତା ନଷ୍ଟ କରିବ ସହ ଧାନ ବସ୍ତା ବୋହି ନେଇଛନ୍ତି ।ଏଥିସହ ଲୋକଙ୍କ ବାଡିରେ ଚାଷ ହୋଇଥିବା ଫସଲକୁ ମଧ୍ୟ ହାତୀମାନେ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଏଥିଯୋଗୁଁ ଗାଁରେ ପ୍ରାୟ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଗାଁ ଲୋକଙ୍କ କହିବା ଅନୁସାରେ ପ୍ରାୟ ୩୦ ଉର୍ଦ୍ଧ୍ବ ହାତୀ ଗାଁ ପାଖରେ ଥିବା ବାରବାଙ୍କ ଜଙ୍ଗଲରେ ରହି ଆତଙ୍କ ଖେଳାଉଛନ୍ତି । ଏଥିପ୍ରତି ବନ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ । ବରଂ କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ ଶୋଇଛି ବୋଲି ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ତୁରନ୍ତ  ଚାଷୀ ମାନଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.