Latest Odisha News

BREAKING NEWS

ଏଲନ ମସ୍କଙ୍କ ଯୋଜନା ଫେଲ୍ ! ଦୂରେଇ ଗଲେ ଆପଲ୍ ଭଳି ବ୍ରାଣ୍ଡ, ବନ୍ଦ ହୋଇଯିବ କି ‘X’ ?

ୱାଶିଂଟନ: ଏଲନ ମସ୍କ ବଡ ଆଶା ନେଇ ଟୁଇଟରକୁ କ୍ରୟ କରିଥିଲେ । ଯାହାକୁ ବର୍ତ୍ତମାନ ‘X’ ଭାବରେ ନାମିତ କରାଯାଇଛି । ମସ୍କ ଏହାକୁ ଆହୁରି ଲୋକପ୍ରିୟ କରାଇବାକୁ ଚାହୁଁଥିଲେ । ଏଲନ ମସ୍କ ଏହାରି ଭିତରେ ସବସ୍କ୍ରିପସନ ମଡେଲ ଲାଗୁ କରିଛନ୍ତି । ମାତ୍ର ଏହାର ରେଭନ୍ୟୁ ଧିରେଧିରେ ହ୍ରାସ ପାଇବାରେ ଲାଗିଛି । ବଡ ବଡ ବ୍ରାଣ୍ଡ ମସ୍କଙ୍କଠାରୁ ଦୂରେଇ ଯାଉଛନ୍ତି । ତେବେ ସତରେ କ’ ଣ ବନ୍ଦ ହୋଇଯିବ ‘X’!
‘X’ ପ୍ଲାଟଫର୍ମର କ୍ଷତି ପଛରେ ଏଲନ ମସ୍କଙ୍କ ଜିଦ୍ ଓ ସଠିକ ପ୍ଲାନର ଅଭାବ ରହିଛି। ମସ୍କ ମାର୍କେଟ ଷ୍ଟ୍ରାଟେଜି ନଦେଖି ଅନେକ ଯୋଜନା କରିଥିଲେ ଯାହାକି ବିଫଳ ହୋଇଛି । ଏସୀୟ ଓ ୟୁରୋପୀୟ ଦେଶରେ ଗୋଟିଏ ସବସ୍କ୍ରିପସନ ରେଟ୍ ରଖିବା ସଠିକ ପଦକ୍ଷେପ ନଥିଲା । ଏହା ‘X’ ପ୍ଲାଟଫର୍ମର ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ହ୍ରାସ କରିଥିଲା ।

ଏହାରି ଭିତରେ ଆପଲ୍, ଡିଜନୀ, ଆଇବିଏମ୍ ଓ କମକାଷ୍ଟ ଭଳି କମ୍ପାନୀ ମସ୍କଙ୍କଠାରୁ ଦୂରେଇ ଯାଇଛନ୍ତି । ଏହି ସବୁ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ର ଆୟର ମୁଖ୍ୟ ରାସ୍ତା ଥିଲେ ।ଏହି କମ୍ପାନୀଗୁଡିକ ‘X’କୁ ଦେଉଥିବା ସମସ୍ତ ବିଜ୍ଞାପନ ରେଭିନ୍ୟୁ ବନ୍ଦ କରିଦେଇଛନ୍ତି । ମସ୍କ ମଧ୍ୟ ବାରମ୍ୱାର ‘X’ର ନିୟମ ବଦଳାଉଛନ୍ତି ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏହାରି ମଧ୍ୟରେ ଏଲନ ମସ୍କ କହିଛନ୍ତି ବଡ ବ୍ରାଣ୍ଡ ତାଙ୍କ ଉପରେ ଚାପ ପକାଉଛନ୍ତି । ଏହାକୁ ସେ ବ୍ଲାକମେଲିଂ କହିବା ସହ ଗଣତାନ୍ତ୍ରିକ ନିୟମ ବିରୋଧୀ ବୋଲି କହିଛନ୍ତି।

Leave A Reply

Your email address will not be published.