Latest Odisha News

BREAKING NEWS

ଟ୍ରମ୍ପଙ୍କ ପାଇଁ ଭସ୍ମାସୁର ହୋଇପାରନ୍ତି ମସ୍କ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନଙ୍କୁ କ୍ଷମତାରୁ ହଟାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ ଏଲନ ମସ୍କ। ମସ୍କଙ୍କ ସହାୟତାରେ କ୍ଷମତାକୁ ଆସିଥିଲେ ଟ୍ରମ୍ପ । କ୍ଷମତାକୁ ଆସିବା ପରେ ଟ୍ରମ୍ପ ମସ୍କଙ୍କୁ ହ୍ୱାଇଟ୍ ହାଉସରେ ଏକ ବଡ଼ ଦାୟିତ୍ୱ ମଧ୍ୟ ଦେଇଥିଲେ। ମସ୍କଙ୍କୁ ଦିଆଯାଇଥିଲା ସରକାରୀ ଦକ୍ଷତା ବିଭାଗର ଦାୟିତ୍ୱ। କିନ୍ତୁ ଏକ ସର୍ଭେ ବଢ଼ାଇ ଦେଇଛି ଟ୍ରମ୍ପଙ୍କ ଟେନସନ। ଏକ ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ ଟ୍ରମ୍ପଙ୍କ ପାଇଁ ଭସ୍ମାସୁର ହୋଇପାରନ୍ତି ମସ୍କ ।

କ’ଣ ରହିଛି ସର୍ଭେ ରିପୋର୍ଟ ?
ସର୍ଭେରେ ସାମିଲ ହୋଇଥିବା ୫୪ ପ୍ରତିଶତ ଆମେରିକୀୟ କହିଛନ୍ତି, ଟ୍ରମ୍ପଙ୍କ କାମରେ ହସ୍ତକ୍ଷେପ କରନ୍ତି ମସ୍କ । ମସ୍କ ତାଙ୍କ ସୁବିଧା ଅନୁସାରେ କର୍ମଚାରୀମାନଙ୍କୁ ବାଛୁଛନ୍ତି, ଯାହା ଭବିଷ୍ୟତରେ ପ୍ରଭାବ ପକାଇପାରେ। ଏପରିକି ଟ୍ରମ୍ପ ସରକାରଙ୍କ ଖର୍ଚ୍ଚ ଉପରେ ମସ୍କଙ୍କର ପ୍ରଭାବ ରହିଛି। ଅନ୍ୟପଟେ ୪୨ ପ୍ରତିଶତ ଆମେରିକୀୟ କହିଛନ୍ତି, ଟ୍ରମ୍ପ ଯାହା କରୁଛନ୍ତି ତାହା ଭୁଲ ଏବଂ ଏହା ଆମେରିକାବାସୀଙ୍କୁ ଲାଭ ଦେବ ନାହିଁ। ବରଂ ଟ୍ରମ୍ପଙ୍କ ଏହି କାର୍ଯ୍ୟର ଆମେରିକା ଅର୍ଥନୀତି ଓ ବିକାଶ କାର୍ଯ୍ୟ ପ୍ରଭାବିତ ହେବ। ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ମଧ୍ୟ ହୋଇଛି। ଏହି ଅନୁସାରେ, ଆମେରିକାର ଲୋକମାନେ ଅରାଜକତା ନାମରେ ଟ୍ରମ୍ପଙ୍କୁ ସର୍ଚ୍ଚ କରୁଛନ୍ତି।

ତେବେ ଟ୍ରମ୍ପ ମଧ୍ୟ ଏହାର ଏକ ସଙ୍କେତ ପାଇଛନ୍ତି। ଟ୍ରମ୍ପ କହିଛନ୍ତି, ମସ୍କଙ୍କ ନିର୍ଦ୍ଦେଶ ଶେଷ ନିର୍ଦ୍ଦେଶ ନୁହେଁ। କେବଳ ଏତିକି ନୁହେଁ, ପୂର୍ବରୁ ଟି-ସାର୍ଟ ପିନ୍ଧି ହ୍ୱାଇଟ୍ ହାଉସ୍ ଯାଉଥିବା ମସ୍କଙ୍କ ଡ୍ରେସ୍ କୋଡ୍ ବଦଳାଇଛନ୍ତି ଟ୍ରମ୍ପ । ସେ ଏକ କୋଟ୍ ପିନ୍ଧି ହ୍ୱାଇଟ୍ ହାଉସ୍ ଯାଉଛନ୍ତି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.