ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ଟୁର୍ଣ୍ଣାମେଂଟ ପୂର୍ବରୁ ରୋହିତଙ୍କ ଅବସର ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା । ମ୍ୟାଚ ପରେ ରୋହିତ ଅବସର ନେଉ ନାହାନ୍ତି କହି ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ରୋହିତ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ରହିଥିବା ଅନୁମାନ କରାଯାଇପାରେ… ତେବେ ଏହା କଣ ସତରେ ସମ୍ଭବ ? ୨୦୨୩ ଦିିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ରୋହିତଙ୍କ ମନରୁ ଯାଇନି । ୨୦୨୪ ଟି୨୦ ବିଶ୍ୱକପ ତାଙ୍କ ନେତୃତ୍ୱରେ ଭାରତ ଜିତିଥିଲେ ମଧ୍ୟ ତାଙ୍କ ମନ ବୁଝିନି ।
ଟେଷ୍ଟରୁ ନେଇ ପାରନ୍ତି ଅବସର: ୨୦୨୭ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ସେତେବେଳକୁ ରୋହିତଙ୍କ ୪୦ ହୋଇ ଯାଇଥିବ । ରୋହିତ ନିକଟରେ ଟେଷ୍ଟ କ୍ରିକେଟରେ ସେ ଭଳି ଭଲ ପ୍ରଦର୍ଶନ କରି ନାହାନ୍ତି । ଟି୨୦ ପରେ ସେ ଟେଷ୍ଟରୁ ଅବସର ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦି ଏହା ହୁଏ ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେବେ ।
ଦିନିକିଆରେ ଖେଳିବା ଜାରୀ ରଖିବେ: ଟେଷ୍ଟରୁ ଯଦି ସେ ଓହରି ଯାଆନ୍ତି କିମ୍ବା ଅବସର ନିଅନ୍ତି ତେବେ ରୋହିତଙ୍କ ନିକଟରେ ଅନେକ ସମୟ ବଂଚିବ । ସେହି ସମୟ ମଧ୍ୟରେ ସେ ଦିନିକିଆ ପ୍ରତି ମନୋନିବେଶ କରିପାରନ୍ତି । ଆଗାମୀ ଦିନିକିଆ ବିଶ୍ୱକପ ପୂର୍ବରୁ ସେ ୨୭ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଯଦି ଚାହିଁବେ ଘରୋଇ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫିରେ ମଧ୍ୟ ଅଭ୍ୟାସ କରିପାରିବେ । ଭାରତ ଦେଶ ବାହାରେ ବାଂଲାଦେଶ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ସେହିପରି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବ ।
ଫର୍ମ ଏବଂ ଫିଟନେସ: ଦିନକୁ ଦିନ ସୀମିତ ଓଭର ଖେଳ ବେଶ ପ୍ରତିଦ୍ୱନ୍ଦ୍ୱୀମୂଳକ ହେଉଛି । ଏଥିପାଇଁ ଫର୍ମ ସହ ଫିଟନେସର ଆବଶ୍ୟକତା ରହିଛି । ରୋହିତଙ୍କ ପାଇଁ ଫର୍ମ ବଜାୟ ରଖିବା ବଡ କଥା ହେବନି ମାତ୍ର ପରିଣତ ବୟସରେ ମ୍ୟାଚ ଫିଟ ରହିବା ଏତେଟା ସହଜ ହେବନି । ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।
ଚୟନ କମିଟି, କୋଚଙ୍କ ଉପରେ ଭାଗ୍ୟ ନିର୍ଭର: ରୋହିତଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭଲ ପ୍ରଦର୍ଶନ କରୁଛି । ତାଙ୍କୁ ବିନା କାରଣରେ ହଟେଇଦେବା ଏତେଟା ସହଜ ହେବନି । ଚୟନ କମିଟି ଏବଂ କୋଚ ଯଦି କଠୋର ପଦକ୍ଷେପ ଗ୍ରହଣ କରିବେ ତେବେ ରୋହିତଙ୍କ ବିପକ୍ଷରେ ଏହା ଯାଇପାରେ । ଯଶସ୍ୱୀ ଜୈସୱାଲଙ୍କ ପରି ଯୁବ ବ୍ୟାଟ୍ସମ୍ୟାନ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛି । ରୋହିତଙ୍କ ଯୋଗୁ ସେ ସ୍ଥାନ ପାଇ ପାରୁ ନାହାନ୍ତି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଖେଳାଳିଙ୍କୁ ଦଳର ବାଦ ଦେବା ପୂର୍ବରୁ ବିସିସିଆଇ ବେଶ ଅଙ୍କ କଷିବାକୁ ପଡିବ ।
BREAKING NEWS
- ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ;ଏହି ଦିନ ମିଳିବ ଡିଜିଟାଲ ସାର୍ଟିଫିକେଟ
- ନୂତନ ‘EPF ଯୋଜନା ୨୦୨୬’ ଘୋଷଣା; ଡିସେମ୍ବର ୨୮ ପର୍ଯ୍ୟନ୍ତ ମିଳିବ ଛାଡ଼ ସୁବିଧା
- ଲଣ୍ଡନରେ ରହିବେ କୋହଲି-ଅନୁଷ୍କା ଏବଂ ପରିବାର, ଖୁଲାସା କଲେ ନେନେ
- ଟ୍ରେନ୍ ଲେଟ୍ ଥିଲେ କେତେ ସମୟ ଯାଏଁ ୱେଟିଂ ରୁମ୍ରେ ରହିପାରିବେ ଯାତ୍ରୀ? ଜାଣନ୍ତୁ କ’ଣ ରହିଛି ନିୟମ
- ନୂଆ ରୂପରେ ଭୋଡାଫୋନ୍-ଆଇଡିଆ (Vi): ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଶାହାରୁଖ ଖାନ
- ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ: ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ମିଳୁଛି ବଡ଼ ଲାଭ
- କେମିତି ଜାଣିବେ ଅଟା ଖରାପ ହୋଇଗଲାଣି? ଫ୍ରେସ୍ ରଖିବାର ଜାଣନ୍ତୁ ସଠିକ୍ ଉପାୟ
- ହାର୍ଦ୍ଦିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ
- Senior Citizen Pilgrimage Scheme: ମାଗଣା ତୀର୍ଥଯାତ୍ରା ଟ୍ରେନ୍ରେ ଗଲେ ୭୭୫ ଜଣ;ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକ ପାଇଁ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର
- ବିସିସିଆଇ ବୈଠକରେ ନିର୍ଦ୍ଧାରଣ ହେବ ରୋହିତଙ୍କ ଭାଗ୍ୟ

Comments are closed.