Latest Odisha News

BREAKING NEWS

ଡିଲ୍ ଫାଇନାଲ, ଟ୍ୱିଟରକୁ କିଣିଲେ ଏଲୋନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ବର୍ତ୍ତମାନ ବିକ୍ରି ହୋଇଯାଇଛି। ଏହାକୁ ବିଶ୍ୱର ଧନୀ ବ୍ୟକ୍ତି ଏଲୋନ୍ ମସ୍କ ୪୪ ବିଲିୟନ ଡଲାର (୩.୩୬ ଲକ୍ଷ କୋଟି) ରେ କିଣିଛନ୍ତି ।

ଏଲୋନ୍ ମସ୍କ କିଛି ସମୟ ପୂର୍ବରୁ ଟ୍ୱିଟରରେ ୯% ଅଂଶଧନ କିଣିଥିଲେ । ବର୍ତ୍ତମାନ ଏଲୋନ୍ ମସ୍କ ଟ୍ୱିଟର ୧୦୦% ଅଂଶଧନ କଣିଛନ୍ତି । ମସ୍କଙ୍କ କମ୍ପାନୀ ଟ୍ୱିଟର କମ୍ପାନୀକୁ ସେୟାର ପିଛା ୫୪.୨୦ ଡଲାରରେ କିଣିଛନ୍ତି। ଗତ କିଛି ସପ୍ତାହ ଧରି, ଟ୍ୱିଟର କମ୍ପାନୀ ଏଲୋନଙ୍କ ଅଫର ଉପରେ ଏଲୋନ ମସ୍କଙ୍କ ଅଫର ଉପରେ ବିଚାର କରୁଥିଲା। ବର୍ତ୍ତମାନ ବୋର୍ଡର ସମ୍ମତି ପାଇବା ପରେ କମ୍ପାନୀ ଟ୍ୱିଟର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି।

ଟ୍ୱିଟରର ଇଣ୍ଡିପେଣ୍ଡେଣ୍ଟ ବୋର୍ଡର ଚେୟାରମ୍ୟାନ୍ ବ୍ରେଟ୍ ଟେଲର କହିଛନ୍ତି ଯେ ଚୁକ୍ତିନାମା ପରେ, ଟ୍ୱିଟରର ସମସ୍ତ ଅଂଶୀଦାରମାନେ ନଗଦ ଅର୍ଥରେ ଏକ ଭଲ ପ୍ରିମିୟମ ପାଇବେ, ଯାହା ଅଂଶୀଦାରମାନଙ୍କ ପାଇଁ ଲାଭଦାୟକ ହେବ । ଆମେ ଭାବୁଛୁ ଟ୍ୱିଟରର ଅଂଶୀଦାରଙ୍କ ପାଇଁ ଏହା ଏକ ଭଲ ସୁଯୋଗ।

ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ କହିଛନ୍ତି, ଟ୍ୱିଟରର ଏକ ଉଦ୍ଦେଶ୍ୟ ଏବଂ ପ୍ରାସଙ୍ଗିକତା ଅଛି ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ। ଆମେ ଆମର ସହଯୋଗୀ ପାଇଁ ଗର୍ବିତ । ଏବଂ ଆମେ ଆମ କାମ ଦ୍ୱାରା ଅନୁପ୍ରାଣିତ ।

ଏଥିସହିତ କମ୍ପାନୀର ନୂଆ ମାଲିକ ଏଲୋନ୍ ମସ୍କ କହିଛନ୍ତି ଯେ ‘ସ୍ୱାଧୀନ ଅଭିବ୍ୟକ୍ତିର ମତ ଗଣତନ୍ତ୍ରର ମୌଳିକ ଅଧିକାର । ଟ୍ୱିଟର ହେଉଛି ଏପରି ଏକ ଡିଜିଟାଲ୍ ପ୍ଲାଟଫର୍ମ ଯେଉଁଠି ମାନବ ସମାଜର ଭବିଷ୍ୟତ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କ ହେଉଛି । ଟ୍ୱିଟରରେ ଅନେକ ସମ୍ଭାବନା ରହିଛି। ଆଗାମୀ ଦିନରେ ନୂଆ ଫିଚର ଯୋଡି ହେବ। ଉଲ୍ଲେଖଯୋଗ୍ୟ, ଟ୍ୱିଟରର ପ୍ରତିଷ୍ଠାତା ହେଉଛନ୍ତି ଜ୍ୟାକ ଡୋର୍ସି ।

Leave A Reply

Your email address will not be published.