ନୂଆଦିଲ୍ଲୀ: ୮ ଦିନ ପାଇଁ ଯାଇ ୮ ମାସ ହେଲାଣି ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର । ଯାହାକୁ ନେଇ ଏବେ ବଡ ଦାବି କରିଛନ୍ତି ଆମେରିକା ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତା ଏଲନ ମସ୍କ । କାଲେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍, ରାଜନୈତିକ କାରଣ ପାଇଁ ସୁନୀତା ଓ ଥାଙ୍କ ସାଥିଙ୍କୁ ମହାକାଶରେ ଫସିରହିବା ପାଇଁ ଛାଡିଦେଇଥିଲେ । ତାଙ୍କୁ ଫେରିବା ପାଇଁ କୌଣସି ସୁବିଧା ଯୋଗାଇ ନଥିଲେ ।
ଏନେଇ ଫକ୍ସ ନ୍ୟୁଜରେ ଏକ ସାକ୍ଷାତକାରରେ ଜୋ ବାଇଡେନଙ୍କ ବିରୁଦ୍ଧରେ କିଛି ଏପରି ଆରୋପ ଲଗାଇଛନ୍ତି ଟ୍ରମ୍ପ ଏବଂ ମସ୍କ । ଯେତେବେଳେ ସେମାନଙ୍କୁ ଦୁଇ ମହାକାଶଚାରୀ ମହାକାଶରେ ଫସି ରହିଥିବା ପ୍ରସଙ୍ଗରେ ପଚରା ଯାଇଥିଲା, ସେତେବେଳେ ମସ୍କ କହିଥିଲେ, ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ତ୍ବାରାନ୍ବିତ କରାଯାଇଛି । ଯାହା ପୂର୍ବରୁ ଘୁଞ୍ଚା ଯାଇଥିଲା ।
ଏଥିରେ ଟ୍ରମ୍ପ କହିଥିଲେ, ସେମାନଙ୍କୁ ମହାକାଶରେ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦିଆଯାଇଛି । ଯାହାକୁ ସମର୍ଥନ ଜଣାଇ ମସ୍କ ପୁଣି କହିଥିଲେ, ହଁ, ରାଜନୈତିକ କାରଣରୁ ସେମାନଙ୍କୁ ସେଠାରେ ଛାଡ଼ି ଦିଆଯାଇଛି, ଯାହା ଠିକ୍ ନୁହେଁ ।
ଏଥିସହିତ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ମିଶନକୁ ମସ୍କ କହିଥିଲେ, ଆମେ ପୂର୍ବରୁ ଅନେକ ଥର ମହାକାଶଚାରୀମାନଙ୍କୁ ମହାକାଶ ଷ୍ଟେସନରୁ ଫେରାଇ ଆଣିଛୁ । ଆଉ ସବୁବେଳେ ମିଶନ ସଫଳ ମଧ୍ୟ ହୋଇଛି ।
Comments are closed.