Latest Odisha News

ଇଦରେ ଆସିବ ‘ସିକନ୍ଦର’… 

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ‘ସିକନ୍ଦର’ ମାଧ୍ୟମରେ ସଲମାନ ଖାନ ବଡ଼ ପରଦାକୁ ଫେରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ, ନିର୍ମାତାମାନେ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି।

ପୋଷ୍ଟରରେ ସଲମାନ ଆଙ୍ଗ୍ରୀ ଲୁକରେ ନଜର ଆସିଛନ୍ତି। ତାଙ୍କର ଏହି ପୋଷ୍ଟର ପ୍ରଶଂସକମାନଙ୍କୁ ଖୁବ୍ ପସନ୍ଦ ମଧ୍ଯ ଆସିଛି। ପୋଷ୍ଟଟିକୁ ପ୍ରାୟ ୫.୬୫ ଲକ୍ଷ ଭ୍ୟୁ ମିଳିଥିଲା ବେଳେ ୨୨ ହଜାରରୁ ଲାଇକ୍ ମଧ୍ଯ ମିଳିଲାଣି।

‘ସିକନ୍ଦର’ ୨୦୨୫ ଇଦ୍‌ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦନା ଲିଡ୍ ରୋଲରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏ. ଆର ମୁରୁଗାଦୋସ୍।

 

 

Comments are closed.