Latest Odisha News

ଏଲନ୍ ମସ୍କଙ୍କ ଏ କି ପ୍ରକାର ଆଚରଣ ? ସୋସିଆଲ ମିଡିଆରେ ତୀବ୍ର ନିନ୍ଦା

ନୂଆଦିଲ୍ଲୀ : ଅମାନବୀୟତାର ସୀମା ଟପିଲାଣି ଟ୍ରମ୍ପ ପ୍ରଶାସନ । ବହୁମତ ପାଇ ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ରାଷ୍ଟ୍ରପତି ଡୋନାଲ୍‌ଡଙ୍କ ଏ ପ୍ରକାର ନିଷ୍ପତ୍ତିକୁ ସବୁଠି ନିନ୍ଦା କରାଯାଉଛି । ଆଉ ପୁଣି ଏହାକୁ ଏଲନ୍ ମସ୍କ ସମର୍ଥନ କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବେଆଇନ ଅନୁପ୍ରବେଶକାରୀଙ୍କୁ ବିଦା କରିବା ଆମେରିକାର ଆଇନଗତ ଅଧିକାର ରହିଛି । କିନ୍ତୁ ଏମିତି ଅମାନବୀୟ ଶୈଳୀରେ ପଠାଇବା ଘଟଣାକୁ କେହି ସଜହରେ ଗ୍ରହଣ କରୁନାହାନ୍ତି । ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇ, ସେମାନଙ୍କୁ ଚଲାଇ ଚଲାଇ ନେବାର ଭିଡିଓକୁ ସୋସିଆଲ୍ ସାଇଟ୍‌ରେ ଅପଲୋଡ୍ କରାଯାଉଛି । ତେବେ ଏପରି କରିବାର କ’ଣ ଆବଶ୍ୟକତା ରହିଛି ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।

ଏପରି କରିବା ଦ୍ୱାରା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଅତିରିକ୍ତ କିଛି ଲାଭ ମିଳୁନାହିଁ ବୋଲି ବୁନ୍ଧି ଜୀବୀମାନେ କହିଛନ୍ତି । ଆମେରିକାରେ ବେଆଇନ ଭାବେ ଥିବା ଅନ୍ୟ ଦେଶର ଲୋକଙ୍କ ପାଇଁ ଇଲିଗାଲ୍ ଇମିଗ୍ରାଣ୍ଟ ବଦଳରେ ପ୍ରଥମରୁ ଇଲିଗାଲ୍ ଏଲିଏନ୍ ଶବ୍ଦ ବ୍ୟବହାର କରୁଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଏ ପ୍ରକାର ଆଚରଣ ଠିକ୍‌ ନୁହେଁ ବୋଲି କୁହାଯାଉଛି । ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇ ନେବାର ଭିଡିଓ ହ୍ବାଇଟ୍ ହାଉସ୍ ପକ୍ଷରୁ ସୋସିଆଲ୍ ସାଇଟ୍‌ରେ ଅପଲୋଡ୍ କରାଯାଇଛି । ଆଉ ଏହାକୁ ରିପୋଷ୍ଟ କରିଛନ୍ତି ଟ୍ରମ୍ପଙ୍କ ସହଯୋଗୀ ତଥା ଡିପାର୍ଟମେଣ୍ଟ ଅଫ୍ ଗମେଣ୍ଟ ଏଫିସିଏନ୍‌ସି ମୁଖ୍ୟ ଏଲନ୍‌ ମସ୍କ । ଇମୋଜୀ ଛାଡ଼ିବା ସହ ପ୍ରତିକ୍ରିୟାରେ ହା’ ହା’ ୱାଃ ଲେଖିଛନ୍ତି ମସ୍କ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କରାଯାଉଛି ।

Comments are closed.