Latest Odisha News

BREAKING NEWS

ୟୁଏସ୍‌ ମିଡ୍‌ଟର୍ମ ନିର୍ବାଚନ ୨୦୨୬: ୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରି ବି ଫେଲ୍‌ ଏଲନ୍‌ ମସ୍କ, ଏବେ ସାମ୍ରାଜ୍ୟ ଉପରେ ଡେମୋକ୍ରାଟ୍‌ସଙ୍କ ନଜର

ଆମେରିକାରେ ୨୦୨୬ ମଧ୍ୟବର୍ତ୍ତୀକାଳୀନ (ମିଡ୍‌ଟର୍ମ) ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରିପବ୍ଲିକାନ ଦଳକୁ ବଡ଼ ଝଟ୍‌କା ଲାଗିଛି। ଏହି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟିକୁ ବିଜୟୀ କରାଇବା ପାଇଁ ବିଲିୟନେୟାର ଏଲନ୍‌ ମସ୍କ ପ୍ରାୟ ୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ସବୁଠାରୁ ବଡ଼ ନିର୍ବାଚନୀ ଦାତା ଭାବେ ଉଭା ହୋଇଥିଲେ ସୁଦ୍ଧା ରିପବ୍ଲିକାନମାନେ କଂଗ୍ରେସର ଦୁଇଟିଯାକ ସଦନରେ ନିଜର ବହୁମତ ହରାଇଛନ୍ତି ଏବଂ ଡେମୋକ୍ରାଟିକ୍‌ ପାର୍ଟି ଶାସନ କ୍ଷମତା ପୁନରୁଦ୍ଧାର କରିଛି।

ନିର୍ବାଚନରେ ବଡ଼ ପରାଜୟ ପରେ ମସ୍କ କେବଳ ରାଜନୈତିକ ନୁହେଁ, ବରଂ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ ତାଙ୍କର ପ୍ରମୁଖ କମ୍ପାନୀ ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ର ଶେୟାର ମୂଲ୍ୟରେ ପ୍ରାୟ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି।

ବର୍ତ୍ତମାନ କଂଗ୍ରେସରେ କ୍ଷମତାସୀନ୍ନ ହୋଇଥିବା ଡେମୋକ୍ରାଟିକ୍‌ ଦଳର ସାଂସଦମାନେ ଏଲନ୍‌ ମସ୍କଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବିରୋଧରେ କଠୋର ତଦନ୍ତ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ମସ୍କଙ୍କ କମ୍ପାନୀଗୁଡ଼ିକୁ ମିଳୁଥିବା ସରକାରୀ ସବ୍‌ସିଡି, କଣ୍ଟ୍ରାକ୍ଟ, ସରକାରୀ ଚାକିରିରେ ଛାଟକାଟ ଏବଂ ସାଟେଲାଇଟ୍‌ ସେବା ନିୟନ୍ତ୍ରଣ ଭଳି ମାମଲାର ଯାଞ୍ଚ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଏହି କାର୍ଯ୍ୟାନୁଷ୍ଠାନର ସୂଚନା ପାଇବା ପରେ ମସ୍କ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଚେତାବନୀ ଦେଇ ଲେଖିଛନ୍ତି ଯେ, “ଯେଉଁମାନେ ଖଣ୍ଡା ବ୍ୟବହାର କରନ୍ତି, ସେମାନେ ଖଣ୍ଡାରେ ହିଁ ଶେଷ ହୁଅନ୍ତି। ମୋ ସହ ଲଢ଼ୁଥିବା ଲୋକମାନେ ମନେରଖିବା ଉଚିତ ଯେ ମୁଁ ଅନ୍ୟ ର ଇଚ୍ଛାରେ ପରିଚାଳିତ ଲୋକ ନୁହେଁ, ସେମାନଙ୍କ ପଛରେ ଥିବା ପ୍ରକୃତ ଶକ୍ତିକୁ ମଧ୍ୟ ଖୋଜି ବାହାର କରିବି”।

ଏହି ରାଜନୈତିକ ପରିବର୍ତ୍ତନ ପରେ ଆମେରିକାରେ ବ୍ୟବସାୟ ଓ ରାଜନୀତିର ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ଆଗାମୀ ଦିନରେ ଏଲନ୍‌ ମସ୍କଙ୍କୁ ତାଙ୍କ କମ୍ପାନୀଗୁଡ଼ିକୁ ରକ୍ଷା କରିବା ପାଇଁ ବଡ଼ ଆଇନଗତ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.