Latest Odisha News

BREAKING NEWS

ତେଲେଙ୍ଗାନାରେ ଅଘଟଣ, ମତ୍ସ୍ୟଜୀବୀଙ୍କୁ ବଂଚାଇବାକୁ ଯାଇ ଉଦ୍ଧାରକାରୀ ଟିମ୍ ନିଖୋଜ୍

ତେଲେଙ୍ଗାନା: ଖମ୍ମମ୍ ଜିଲ୍ଲା ବେଥୁପଲ୍ଲୀ ହ୍ରଦରେ ଅଘଟଣ । ବନ୍ୟା ପାଣିରେ କିଛି ମତ୍ସ୍ୟଜୀବୀ ନିଖୋଜ ନେଇ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଉଦ୍ଧାରକାରୀ ଟିମ୍‌ର ୨ଟି ବୋଟ୍ ପାଣିରେ ବୁଡିଯାଇଛି । ବନ୍ୟା ଯୋଗୁ ସେଥିପଲ୍ଲୀ ମଣ୍ଡଳରେ ଥିବା ହ୍ରଦରେ ପାଣି ଭତ୍ତି ର୍ ହୋଇଥିଲା । ଫଳରେ ଉଦ୍ଧାର ପାଇଁ ଯାଇଥିବା ୨ଟି ବୋଟ୍ ବୁଡି ୧୦ଜଣ ସଦସ୍ୟ ନିଖୋଜ ହୋଇଯାଇଥିଲେ । ସଙ୍ଗେସଙ୍ଗେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏବେସୁଦ୍ଧା ୮ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଉଦ୍ଧାରକାରୀ ସଦସ୍ୟ ଏବେବି ନିଖୋଜ ଅଛନ୍ତି । ବୁଧବାର ସନ୍ଧ୍ୟାରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ଉଦ୍ଧାରକାରୀ ଟିମ୍ । ସମସ୍ତ ମତ୍ସ୍ୟଜୀବୀ ଉଦ୍ଧାର ହୋଇସାରିଥିବା ବେଳେ ୧୦ ଉଦ୍ଧାରକାରୀ ଟିମ୍ ନିଖୋଜ ହୋଇଥିଲେ । ଗୁରୁବାର ସକାଳ ସୁଦ୍ଧା ୮ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଜଣ ନିଖୋଜ ଅଛନ୍ତି । ବାତ୍ୟା ମୁରାସୁ ପାଇଁ ଆନ୍ଧ୍ର ସୀମାରେ ଥିବା ଏହି ଜିଲ୍ଲାରେ ଭୀଷଣ ବର୍ଷା ଯୋଗୀ ନଦୀ ହଠାତ୍ ଫୁଲିବାକୁ ଲାଗିଥିଲା । ନଦୀକୁ ଯାଇଥିବା ମତ୍ସ୍ୟଜୀବୀ ଫସିଯାଇଥିଲେ । ସେମାନଙ୍କୁ ବଂଚାଇବାକୁ ଯାଇ ଉଦ୍ଧାରକାରୀଙ୍କ ବୋଟ୍ ବୁଡିଯାଇଥିବା ସୂଚନା ରହିଛି । ଖବର ପାଇ ଖମମ୍ ଜିଲ୍ଲାପାଳ ଓ ଅନ୍ୟ ଅଫିସର ଘଟଣାସ୍ଥଳରେ ପହଂଚି ଉଦ୍ଧାରକୀରଟିମ୍‌ର ଉଦ୍ଧାର କର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ରେଭେନ୍ତ ରେଡ୍ଡୀ ଉଦ୍ଧାରକାର୍ଯ୍ୟ ସଠିକ ଭାବେ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ମୁଖ୍ୟ ସଚିବଙ୍କୁ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.