କଟକ : ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘର ଏକ ବୈଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟ ସରକାର ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ଓ ୧୮ମାସର ଏରିଆର ମହଙ୍ଗା ଭତ୍ତା ଅବିଳମ୍ବେ ଘୋଷଣା ନକଲେ କାର୍ଯ୍ୟରତ କର୍ମଚାରୀ ଓ ପେନସନଭୋଗି ମିଳିତ ଭାବେ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ମହାସଂଘର ଅଧକ୍ଷ ପ୍ରତାପ ଚନ୍ଦ୍ର ଦାସ,କାର୍ଯ୍ୟକାରୀ ଅଧକ୍ଷ ନିର୍ମଳ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।
ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ (ଓ.ଏସ.ଆର.ଇ.ଏଫ.)ର କଟକ ଜିଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଶାଖା ସଂଘ ଓ ଜୋନାଲ ସଂଗଠନ ଗୁଡିକର ଏକ ମିଳିତ ସଭା ମାଛୁଆବଜାର ସ୍ଥିତ ସଂଘ ଅଫିସରେ ଅନୁଷ୍ଠିତ ହୋଇଥିଲା । ସାଥୀ ପ୍ରତାପ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସରକାରଙ୍କ ପେନସନଭୋଗୀଙ୍କ ପ୍ରତି ହେଉଥିବା ଅନ୍ୟାୟର ସମାଲୋଚନା କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ଭତ୍ତା ଦାବିକୁ ଅମାନବିକ ଭାବେ ଏଡାଇଯିବା ଓ ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ସହିତ ୧୮ମାସର ମହଙ୍ଗା ଭାତ୍ତା ଏରିଅର ପ୍ରଦାନ ଆଦି ମୌଳିକ ତଥା ଜରୁରୀ ଦାବିଗୁଡିକୁ ସମାଧାନ କରିବାକୁ ଦାବି କରାଯାଇଥିଲା । ମହାସଂଘ ପକ୍ଷରୁ ଲଗାତାର ଆବେଦନ ନିବେଦନ କରାଯାଇଥିଲେ ହେଁ ସରକାର ଶୁଣୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଅବିଳମ୍ବେ ମହଙ୍ଗା ଭତ୍ତା ଘୋଷଣା କରାନଗଲେ କର୍ମଚାରୀ ଓ ପେନସନ ଭୋଗି ମିଳିତ ଭାବେ ରାଜରାସ୍ଥାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବୈଠକରେ ଉପସ୍ଥିତ ଥିବା ମହାସଂଘର ନେତୃତ୍ୱ ଦ୍ଵାରିକାନାଥ ମହାନ୍ତି,ଶରତ ଚନ୍ଦ୍ର ପରିଡା,ପୂର୍ଣ୍ଣଚନ୍ଦ୍ର ନାୟକ,ସୁବୋଧ କୁମାର ରାୟ,ରଜନୀକାନ୍ତ ଚୌଧୁରୀ, ସୁବୋଧ କୁମାର ମହାନ୍ତି,ଧୀରେନ୍ଦ୍ର କୁମାର ନାୟକ,କୃପାସିନ୍ଧୁ ବେହେରା,ପ୍ରେମାନନ୍ଦ ଜେନା, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଭବାନୀ ପ୍ରସାଦ ମହାନ୍ତି,ନରୋତ୍ତମ ଜେନା ଓ ଗୋପୀନାଥ କର ପ୍ରମୁଖ ଜୋନାଲ ଓ ଶାଖା ସଂଘ ର ନେତୃତ୍ୱ ମାନେ ଘୋଷଣା କରିଥିବା ବିଷୟ ସହାସଚିବ ଶ୍ରୀ ବେହେରା ଜଣାଇଛନ୍ତି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.