କଟକ : ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘର ଏକ ବୈଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟ ସରକାର ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ଓ ୧୮ମାସର ଏରିଆର ମହଙ୍ଗା ଭତ୍ତା ଅବିଳମ୍ବେ ଘୋଷଣା ନକଲେ କାର୍ଯ୍ୟରତ କର୍ମଚାରୀ ଓ ପେନସନଭୋଗି ମିଳିତ ଭାବେ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ମହାସଂଘର ଅଧକ୍ଷ ପ୍ରତାପ ଚନ୍ଦ୍ର ଦାସ,କାର୍ଯ୍ୟକାରୀ ଅଧକ୍ଷ ନିର୍ମଳ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।
ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ (ଓ.ଏସ.ଆର.ଇ.ଏଫ.)ର କଟକ ଜିଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଶାଖା ସଂଘ ଓ ଜୋନାଲ ସଂଗଠନ ଗୁଡିକର ଏକ ମିଳିତ ସଭା ମାଛୁଆବଜାର ସ୍ଥିତ ସଂଘ ଅଫିସରେ ଅନୁଷ୍ଠିତ ହୋଇଥିଲା । ସାଥୀ ପ୍ରତାପ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସରକାରଙ୍କ ପେନସନଭୋଗୀଙ୍କ ପ୍ରତି ହେଉଥିବା ଅନ୍ୟାୟର ସମାଲୋଚନା କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ଭତ୍ତା ଦାବିକୁ ଅମାନବିକ ଭାବେ ଏଡାଇଯିବା ଓ ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ସହିତ ୧୮ମାସର ମହଙ୍ଗା ଭାତ୍ତା ଏରିଅର ପ୍ରଦାନ ଆଦି ମୌଳିକ ତଥା ଜରୁରୀ ଦାବିଗୁଡିକୁ ସମାଧାନ କରିବାକୁ ଦାବି କରାଯାଇଥିଲା । ମହାସଂଘ ପକ୍ଷରୁ ଲଗାତାର ଆବେଦନ ନିବେଦନ କରାଯାଇଥିଲେ ହେଁ ସରକାର ଶୁଣୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଅବିଳମ୍ବେ ମହଙ୍ଗା ଭତ୍ତା ଘୋଷଣା କରାନଗଲେ କର୍ମଚାରୀ ଓ ପେନସନ ଭୋଗି ମିଳିତ ଭାବେ ରାଜରାସ୍ଥାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବୈଠକରେ ଉପସ୍ଥିତ ଥିବା ମହାସଂଘର ନେତୃତ୍ୱ ଦ୍ଵାରିକାନାଥ ମହାନ୍ତି,ଶରତ ଚନ୍ଦ୍ର ପରିଡା,ପୂର୍ଣ୍ଣଚନ୍ଦ୍ର ନାୟକ,ସୁବୋଧ କୁମାର ରାୟ,ରଜନୀକାନ୍ତ ଚୌଧୁରୀ, ସୁବୋଧ କୁମାର ମହାନ୍ତି,ଧୀରେନ୍ଦ୍ର କୁମାର ନାୟକ,କୃପାସିନ୍ଧୁ ବେହେରା,ପ୍ରେମାନନ୍ଦ ଜେନା, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଭବାନୀ ପ୍ରସାଦ ମହାନ୍ତି,ନରୋତ୍ତମ ଜେନା ଓ ଗୋପୀନାଥ କର ପ୍ରମୁଖ ଜୋନାଲ ଓ ଶାଖା ସଂଘ ର ନେତୃତ୍ୱ ମାନେ ଘୋଷଣା କରିଥିବା ବିଷୟ ସହାସଚିବ ଶ୍ରୀ ବେହେରା ଜଣାଇଛନ୍ତି ।
BREAKING NEWS
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
Comments are closed.