Latest Odisha News

BREAKING NEWS

ଇସ୍ତାନବୁଲରୁ ପାକିସ୍ତାନ ଅଭିମୁଖେ ଆସୁଥିବା ବିମାନରେ ମାତ୍ର ଜଣେ ଯାତ୍ରୀ

ଇସଲାମବାଦ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳକୁ ଯିବାରେ ଲାଗିଛି । ଡଲାର୍ସର ରିଜର୍ଭ ଖସୁଥିବା ବେଳେ ଏବେ ଏହାର ପ୍ରଭାବ ଏୟାରଲାଇନ୍ସ ଉପରେ ପଡିଛି । ପାକିସ୍ତାନକୁ ଯିବା ପାଇଁ ବିଦେଶୀ ଯାତ୍ରୀ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ପାକିସ୍ତାନର ନ୍ୟାଶନାଲ ଇନଫର୍ମମେଶନ ଟେକ୍ନୋଲୋଜି ବୋର୍ଡର ସିଇଓ ଓ ଚେୟାରମ୍ୟାନ ଶାବାହତ ଅଲୀ ଶାହ ଏକ ଫଟୋ ଟୁଇଟ କରିବା ପରେ ଏହା ଜଣାପଡିଛି । ସେ ଇସ୍ତାନବୁଲରୁ ପାକିସ୍ତାନ ଅଭିମୁଖେ ଆସୁଥିଲେ । ଯେଉଁ ବିମାନରେ ଶବାହତ ଯାତ୍ରା କରୁଥିଲେ ସେଥିରେ ସେ ଏକମାତ୍ର ଯାତ୍ରୀ ଥିଲେ । ବର୍ଷକ ତଳେ ଏହି ଫ୍ଲାଇଟରେ ଆସିବା ପାଇଁ ଅପେକ୍ଷା କରିବାକୁ ପଡୁଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାକିସ୍ତାନରୁ ଏହି ଫ୍ଲାଇଟ ଆସିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ରହୁଛି । ଲୋକେ ପାକିସ୍ତାନରୁ ଯିବା ପାଇଁ ଚାହୁଁଛନ୍ତି ମାତ୍ର ଆସିବା ପାଇଁ ନୁହେଁ ବୋଲି ସେ ଲେଖିଛନ୍ତି । କିଛି ଦିନ ତଳେ ଇଂଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ ଏ ନେଇ ଆଗୁଆ ସତର୍କ କରାଇଥିଲା । ୨୯୦ ମିଲିୟନ ଡଲାର ପାକିସ୍ତାନରେ ଏୟାରଲାଇନ୍ସ କମ୍ପାନରଗୁଡିକର ଫସି ରହିଛି । ନାଇଜେରିଆ ପରେ ପାକିସ୍ତାନ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.