Latest Odisha News

ପାକିସ୍ତାନରେ ରହିଛି ଏମିତି ଖଜାନା: ଏହାର ବ୍ୟବହାର କରି ଦେଶ ହୋଇପାାରିବ ମାଲାମାଲ

ଇସଲାମବାଦ: ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଋଣ ବୋଝରେ ବୁଡି ଯାଇଛି ପାକିସ୍ତାନ । ପାକିସ୍ତାନ ଉପରେ ଏବେ ୧୦୦ ଅରବ ଡଲାର ଋଣ । ଏପଟେ ଆଇଏମଏଫ ପାକିସ୍ତାନକୁ ସହାୟତାର ହାତ ବଢାଇବାରେ ବିଳମ୍ବ କରିଚାରିଛି । ଏପରି ପରିସ୍ଥତିରେ ପାକିସ୍ତାନ ପାଇଁ ଖୁସି ଖବର । ପାକିସ୍ତାନ ପାଖରେ ଅଛି ଏପରି ଏକ ଖଜାନା ଯାହା ଦେଶକୁ ଏକ ବଡ ବିପତ୍ତିରୁ ବଞ୍ଚାଇ ପାରିବ ।

ଏହି ଖଜାନା ହେଉଛି ପାକିସ୍ତାନ ପାଖରେ ଥିବା ବ୍ଲୁ ଇକନମି । ଏହି ବ୍ଲୁ ଇକନମିର ଅର୍ଥ ହେଉଛି ୱାଟର ରିସୋର୍ଟ ମ୍ୟାନେଜମେଣ୍ଟ । ଏହାର ବ୍ୟବହାର କରି ଦେଶର ଆର୍ଥିକ ସଙ୍କଟ ସମ୍ପୂର୍ଣ୍ଣ ସୁଧୁରି ପାରିବ । ବ୍ଲୁ ଇକନମି ଅର୍ଥ ସ୍ୱତନ୍ତ୍ର ଧରଣର ୱାଟର ରସୋର୍ସ ମ୍ୟାନେଜମେଣ୍ଟ  । ଯାହା ସମସ୍ତ ପ୍ରକାର ଉପକୂଳ ଗତିବିଧି ଉପରେ ଲକ୍ଷ୍ୟ ରଖିପାରିବ  ।ଏହାର ଉପଯୋଗ କରି ସାମୁଦ୍ରିକ ବ୍ୟବସା୍ୟ ଏବଂ ସେବା କ୍ଷେତ୍ରରେ କୌଣସି ଦେଶର ରେଭିନ୍ୟୁକୁ ଅନେକ ଗୁଣା ବଢା ଯାଇ ପାରିବ ।

ବିଶ୍ୱର ତିନି ଅରବରୁ ଅଧିକ ଲୋକ  ଜୀବନ ଜୀବିକା ପାଇଁ ସମୁଦ୍ର ଉପରେ ନିର୍ଭର କରନ୍ତି । ବ୍ଲୁ ଇକନମିରେ ଏନର୍ଜି ତେଲ, ଗ୍ୟାସ, ରିନ୍ୟୁଏବୁଲ ଏନର୍ଜୀ ସହ ଶିପିଂ, ମେରିଟାଇମ, କୃଷି, ମତ୍ସ୍ୟପାଳନ ଏବଂ ଟୁରିଷ୍ଟ ସେକ୍ଟର ମଧ୍ୟ ସାମିଲ ଅଛି । ବ୍ଲୁ ଇକନମି ସାହାଯ୍ୟରେ ପାକିସ୍ତାନ ନିଜର ଆର୍ଥିକ, ଭୂ-ରାଜନୈତିକ ଏବଂ ଭୂ-ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବ । ତେଣୁ ଏହି ବ୍ଲୁ ଇକନମିର ବ୍ୟବହାର କରି ପାକିସ୍ତାନ ବାର୍ଷିକ ୧୦୦୦ ମିଲିୟନ ଡଲାର ରୋଜଗାର କରିପାରିବ ।

ଏଠି କହିରଖିବୁ, ପାକିସ୍ତାନରେ  ଟଙ୍କା ମୂଲ୍ୟ ଐତିହାସିକ ଭାବେ ହ୍ରାସ ପାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ପାଇ ୨୭୬.୫୮ରେ ପହଞ୍ଚିଛି ।

Leave A Reply

Your email address will not be published.