ରାଉରକେଲା: ଝାଡ଼ଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର, ଆଉ କିଛି ଆହତ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରୁ ୨ଟି ଇନ୍ସାସ୍ ରାଇଫଲ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମିରେ ମାଓବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମହିଁ ସ୍ଥିତି ଉପୁଜିଛି । ପଶ୍ଚିମ ସିଂହଭୂମିରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପଇଥିଲେ ସୁରକ୍ଷାକର୍ମୀ । ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଝାଡଖଣ୍ଡ ପୋଲିସ ଏବଂ କୋବ୍ରା ୨୦୯ ବାଟାଲିୟନ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ନେଇ ଜାଣିପାରିଥିଲେ ମାଓବାଦୀ । ତେବେ ଭୋର ୩ଟାରେ କେଡା ବୀର ଜଙ୍ଗଲରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ଏବଂ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୨ଟି ଆଇଏନଏସଏଏସ୍ ରାଇଫଲ୍ ମଧ୍ୟ ଉଦ୍ଧାର କରାଯାଇଛି।
Comments are closed.