ଭୁବନେଶ୍ୱର: ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ । ତାଗିଦ୍ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଦରମା ବନ୍ଦ କରିଛି ବିଭାଗ । କାପା ପୋର୍ଟାଲରେ କଲେଜ ଆକାଉଣ୍ଟ ଅପଡେଟ୍ କରିନାହାନ୍ତି ଉକ୍ତ ଅଧ୍ୟକ୍ଷ । ତେବେ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କାପା ମଡ୍ୟୁଲରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କଲେଜର ଆକାଉଣ୍ଟ ଅପଡେଟ୍ କରୁନଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭାଗ ପକ୍ଷରୁ ଉକ୍ତ ଅଧ୍ୟକ୍ଷଙ୍କୁ ବାରମ୍ବାର ଆକାଉଣ୍ଟ ଅପଡେଟ୍ କରିବା ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଅବହେଳା କରି ଆକାଉଣ୍ଟ ଅପଡେଟ୍ କରିନାହାଁନ୍ତି । ସେମାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭାଗ ୬୩ଜଣ ଅଧ୍ୟକ୍ଷଙ୍କ ଜାନୁଆରୀ ମାସ ଦରମା ବନ୍ଦ କରିବାର ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ଯେଉଁ ପର୍ଯ୍ୟନ୍ତ କାପା ମଡ୍ୟୁଲରେ କଲେଜ ଆକାଉଣ୍ଟ ଅପଡେଟ୍ ନ ହୋଇଛି, ସେପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି କହିଛି ବିଭାଗ । ତେବେ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।
Comments are closed.