Latest Odisha News

BREAKING NEWS

ଫ୍ୟାନରେ ଝୁଲି ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା; ପୁରୁଷବନ୍ଧୁ ଥାନାରେ ଅଟକ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଗୁରୁବାର ଦିନ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ।

ମୃତା ଛାତ୍ରୀ ଜଣକ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଶେଷବର୍ଷର ଛାତ୍ରୀ ଥିଲେ । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ଅନୁମାନ କରୁଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଝୁମ୍ପା ତାଙ୍କ ରୁମରେ ଥିବା ଫ୍ୟାନରେ ଝୁଲୁଥିବା ପ୍ରଥମେ ହଷ୍ଟେଲର ସୁପରଭାଇଜର ଏବଂ ସିକ୍ୟୁରିଟି ଗାର୍ଡ଼ ଦେଖିଥିଲେ । ସେହି ସମୟରେ ଝୁମ୍ପାଙ୍କ ଜଣେ ପୁରୁଷବନ୍ଧୁ ପାଟିତୁଣ୍ଡ କରୁଥିବାର ସେମାନେ ଦେଖିଥିଲେ । ସେ ତାଙ୍କ ଫୋନ କଲ୍ କାହିଁକି ଉଠାଉ ନାହିଁ ବୋଲି ସିକ୍ୟୁରିଟି ଗାର୍ଡ଼କୁ ମଧ୍ୟ କହିଥିଲେ । ଏପରିକି ଯେହେତୁ ଫୋନ ଉଠାଉନାହିଁ ତାକୁ ରୁମରୁ ଡ଼ାକିଦେବାକୁ ସେହି ପୁରୁଷବନ୍ଧୁ ଜଣକ ଅନୁରୋଧ କରିଥିଲେ ।

ଏସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଉଦ୍ଧାର କରି ଏକ ଘରୋଇ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ଲାଗି ମୃତଦେହକୁ ପୋଲିସ ପଠାଇଛି ।

ଘଟଣା ସମ୍ପର୍କରେ ଅଧିକ ଜାଣିବା ଲାଗି ପୋଲିସ ମୃତା ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ଥାନାରେ ଅଟକ ରଖିଛି ।

Leave A Reply

Your email address will not be published.