Latest Odisha News

BREAKING NEWS

ବାରିପଦାରେ ଉଦ୍ଧାର ହେଲା ବିରଳ ପ୍ରଜାତିର କଙ୍କଡା; ୧ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବାରିପଦା ସହରସ୍ଥିତ ଷ୍ଟେସନ ବଜାର ସାପ୍ତାହିକ ହାଟରୁ ଗୁରୁବାର ଦିନ ୧୪ଟି ସ।।ମୁଦ୍ରିକ ବିରଳ ପ୍ରଜାତିର କଙ୍କଡ଼ା ଉଦ୍ଧାର ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହି ବିରଳ କଙ୍କଡ଼ା ସାପ୍ତାହିକ ହାଟରେ ବିକ୍ରି ହେଉଥିବା ପ୍ରଥମେ ଜାଣିବାକୁ ପାଇଥିଲେ । ସେ ବନ ବିଭାଗକୁ ଖବର ଦେବାପରେ ରେଞ୍ଜର ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ହାଟରେ ଚଢଉ କରଯାଇଥିଲା । ଏହି ଘଟଣାରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଂଚଳର ସୁନିଲ ବିଶ୍ୱାସ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ବନ ବିଭାଗ ୧୪ଟି ସ।।ମୁଦ୍ରିକ କଙ୍କଡା ଉଦ୍ଧାର କରିଥିବା ବେଳେ ତନ୍ମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.