Latest Odisha News

BREAKING NEWS

ପାକିସ୍ତାନରେ ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଟିମ

କରାଚୀ: ପାକିସ୍ତାନରେ ଇଂଲଣ୍ଡ ଟେଷ୍ଟ କ୍ରିକେଟ ଟିମ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ ଦଳ କ୍ଲିନ ସୁଇପ କରିଛି । ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୮ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ପୂର୍ବରୁ ପ୍ରଥମ ଟେଷ୍ଟକୁ ୭୪ ଓ ଦ୍ୱିତୀୟ ଟେଷ୍ଟରେ ୨୬ ରନରେ ବିଜୟ ହାସଲ କରିଥିଲା । ପାକିସ୍ତାନ ଟିମ ପ୍ରଥମ ଥର ଘରୋଇ ପରିବେଶରେ ଏ ଭଳି ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ତୃତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୦୪ ରନ କରିଥିଲା । ଜବାବରେ ଇଂଲଣ୍ଡ ୩୫୪ ରନ କରି ୫୦ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ପାକିସ୍ତାନ ୨୧୬ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ବିଜୟ ପାଇଁ ଇଂଲଣ୍ଡ ସମ୍ମୁଖରେ ୧୬୭ ରନର ଟାର୍ଗେଟ ରହିଥିଲା ।

ଇଂଲଣ୍ଡ ୨ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ହ୍ୟାରୀ ବ୍ରୁକ ମ୍ୟାନ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିିରିଜ ବିବେଚିତ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ବେନ ଡକେଟ ୮୨ ରନ କରି ନଟଆଉଟ ରହିଥିଲା । ସୂଚନାଯୋଗ୍ୟ,ଏହି ମ୍ୟାଚ ପରେ ପାକିସ୍ତାନର ଖେଳାଳି ଆଝାର ଅଲୀ କ୍ରିକେଟକୁ ଅବଲବିଦା କହିଥିଲେ ।

Leave A Reply

Your email address will not be published.