Latest Odisha News

BREAKING NEWS

ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଓଭାଲ: ଏଠାରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ୪ର୍ଥ ଦିବସରେ ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି । ରୋହିତ ଶର୍ମା (୧୨୭ରନ)ଙ୍କ ଚମତ୍କାର ଶତକ ପରେ ରିଷଭ ପନ୍ତ(୫୦) ଓ ଶାର୍ଦ୍ଦୁଳ ଠାକୁର(୬୦) ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ ସଂଗ୍ରହ କରି ଅଲଆଉଟ ହୋଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୪୪, ଚେତେଶ୍ୱର ପୂଜାରା ୬୧ ଓ ଉମେଶ ଯାଦବ ୨୫ ରନ କରିଥିଲେ ।

ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ ୩ଟି, ଓଲୀ ରବିନସନ ଏବଂ ମୋଇନ ଅଲୀ ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୧୯୧ ରନ ଜବାବରେ ଇଂଲଣ୍ଡ ୨୯୦ ରନ କରି ଅଲଆଉଟ ହୋଇ ଯାଇଥିଲା । ମ୍ୟାଚରେ ବିଜୟ ହାସଲ ପାଇଁ ଇଂଲଣ୍ଡ ପାଖାପାଖି ୧୨୬ ଓଭରରେ ଏହି ରନ ସଂଗ୍ରହ କରିବ କିମ୍ବା ଭାରତକୁ ୧୦ ଉଇକେଟ ହାସଲ କରିବାକୁ ପଡିବ ।

Leave A Reply

Your email address will not be published.