Latest Odisha News

BREAKING NEWS

ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ଛାଡିବେ ଇଂଲଣ୍ଡ ଟିମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ବରାବରରେ ରହିଛି । ଫେବୃୟାରୀ ୧୫ରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ଏହା ମଧ୍ୟରେ ହାତରେ ୧୦ ଦିନ ସମୟ ଥିବାରୁ ଇଂଲଣ୍ଡ ଟିମ ଆବୁଧାବି ଯିବେ ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ଇଂଲଣ୍ଡର ଅନେକ ଖେଳାଳି ଏବେ ଅସୁସ୍ଥ ହୋଇ ପଡିଥିବାରୁ ସେମାନେ ଏହି ନିଷ୍ପତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟ ପରେ ଅଧିନାୟକ ବେନ ଷ୍ଟୋକ୍ସ ଦଳର ଅନେକ ସଦସ୍ୟ ଅସୁସ୍ଥ ଥିବା କଥା କହିଥିଲେ । ତେବେ ଭାରତ ଛାଡି ଆବୁଧାବିରେ ସେମାନେ କାହିଁକି ଅଭ୍ୟାସ କରିବେ ସେ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ ।

ତୃତୀୟ ଟେଷ୍ଟ ପୂର୍ବରୁ ସେମାନେ ଭାରତ ପଳାଇ ଆସିବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ଇଂଲଣ୍ଡ ଟିମ ଆବୁଧାବି ମଉଜ ମଜଲିସ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ସେମାନେ ଖୋଲା ମନରେ ସିରିଜର ବାକିତକ ଟେଷ୍ଟ ଖେଳିପାରିବେ । ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଭାରତ ଦ୍ୱିତୀୟ ମୁକାବିଲାରେ ବିଜୟୀ ହୋଇଛି ।

Leave A Reply

Your email address will not be published.