Latest Odisha News

BREAKING NEWS

ବାନ୍ଧବୀ ଉପରେ ବିରକ୍ତ ହୋଇ ଭାଙ୍ଗିଦେଲେ ୪୦ କୋଟି ଟଙ୍କାର କଳାକୃତି

ଡଲାସ: କ୍ରୋଧକୁ ନିୟନ୍ତ୍ରଣ କରି ନ ପାରିବା କିପରି ବଡ ବିପଦକୁ ଡାକି ଆଣେ ତାର ଏକ ଏକ ନମୂନା ଆମେରିକାରେ ଦେଖିବାକୁ ମିଳିଛି । ଏଠାରୋ ଡଲାସରେ ୨୧ ବର୍ଷୀୟ ଜଣେ ଯୁବକ ବାନ୍ଧବୀ ଉପରେ ବିରକ୍ତ ହେବା ଉପରେ ଏପରି କାଣ୍ଡ ଘଟାଇଲା ଯେ, କୋଟି କୋଟି ଟଙ୍କ ନଷ୍ଟ ହୋଇଗଲା । ଡେଲିମେଲ ରିପୋର୍ଟ ମୁତାବକ ବ୍ରାଏନ ହର୍ଣ୍ଣାଣ୍ଡିଜ ନାମକ ଏହି ଯୁବକ ବାନ୍ଧବୀ ସହ ଗଣ୍ଡଗୋଳ କରିବା ପରେ କବାଟ ଭାଙ୍ଗି ଡଲାସ ମ୍ୟୁଜିୟମ ଅଫ ଆର୍ଟ ମଧ୍ୟରେ ପ୍ରବେଶ କରିଥିଲା । ଏହା ପରେ ସେ ସେଠାରେ ଉତ୍ୟକ୍ତ ଅବସ୍ଥାରେ ପ୍ରଥମେ ଚୌକି ଓ ଅନ୍ୟ ଛୋଟ ବଡ ସାମଗ୍ରୀ ଭଙ୍ଗାରୁଜା କରିଥିଲେ ।

ଶେଷରେ ମ୍ୟୁଜିୟମରେ ଥିବା ୨୫୦୦ ବର୍ଷ ତଳର ୩ଟି ପ୍ରାଚୀନ ଗ୍ରୀକ ମୂର୍ତିକୁ ମଧ୍ୟ ସେ ଭାଙ୍ଗି ଦେଇଥିଲେ । ଯାହାର ମୂଲ୍ୟ ପାଖାପାଖି ୪୦ କୋଟି ଟଙ୍କା ହେବ । କିଛି ସମୟ ପରେ ଯେତେବେଳେ ରାଗ ଶାନ୍ତ ହେଲା ସେ ନିଜେ ପୋଲିସକୁ ଡାକି ଆତ୍ମସମର୍ପଣ କରିଥିଲା । ବ୍ରାଏନ ହୃଦୟଙ୍ଗମ କରିଥିଲେ ଯେ, ସେ ମସ୍ତବଡ ଭୁଲ କରି ଦେଇଛନ୍ତି । ପୋଲିସ ନିକଟରେ ସେ ସମ୍ପୂର୍ଣ୍ଣ ଘଟଣା ବୟାନ କରିଥିଲେ । ଏବେ ସେ ଜେଲରେ ଅଛନ୍ତି ।

Leave A Reply

Your email address will not be published.