Latest Odisha News

BREAKING NEWS

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମସ ନିଶା ନଷ୍ଟ ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ଦେଶର ୧୪ଟି ସ୍ଥାନରେ ୪୨ ହଜାର କିଲୋ ନିଶା ସାମଗ୍ରୀ ନଷ୍ଟ କରାଯିବ ।

ଗୁଆହାଟ୍ଟି, ଲକ୍ଷେ୍ନø, ମୁମ୍ବାଇ, ମୁନ୍ଦ୍ରା/କାନ୍ଦଲା, ପାଟନା ଏବଂ ସିଲିଗୁଡ଼ି ଆଦି ସ୍ଥାନରେ ଏହି ନିଶା ସାମଗ୍ରୀ ନଷ୍ଟ କରାଯିବ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଉପସ୍ଥିତ ରହିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ।

Leave A Reply

Your email address will not be published.