Latest Odisha News

BREAKING NEWS

ଇପିଏଫ୍ ସୁଧହାର ବୃଦ୍ଧି: ଉପକୃତ ହେବେ ୭ କୋଟି କର୍ମଚାରୀ

ନୂଆଦିଲ୍ଲୀ: ବଢ଼ିଲା ଇପିଏଫ୍ ସୁଧହାର  । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଇପିଏଫ୍ ସୁଧହାର ବୃଦ୍ଧି କରାଯାଇଛି । ସୁଧହାର ୮.୨୫କୁ ବୃଦ୍ଧି ହୋଇଛି । ଯଦ୍ୱାରା ପ୍ରାୟ ୭ କୋଟିରୁ ଅଧିକ ଇପିଏଫଓ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ଇପିଏଫ୍ ସୁଧହାରରେ ୦.୧୦ ପ୍ରତିଶତ ବଢ଼ାଯାଇଥିଲା ।

ଗତବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ରେ ଆର୍ଥିକ ବର୍ଷ ଲାଗି ୮.୧୫ ପ୍ରତିଶତ ଘୋଷଣା ହୋଇଥିଲା । ସେହିପରି ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ  ସୁଧହାର ୮.୧୦ ପ୍ରତିଶତ ରହିଥିଲା ।

Leave A Reply

Your email address will not be published.