Latest Odisha News

BREAKING NEWS

ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ମାଡ଼ିବସିଲା ଭିଜିଲାନ୍ସ

କେନ୍ଦ୍ରାପଡା: ପିଲାମାନଙ୍କୁ ନୈତିକତା, ବୌଦ୍ଧିକ ଶିକ୍ଷା ଦେଉଥିବା ଶିକ୍ଷକ ଯଦି ଭୁଲ କରେ ତେବେ କହିବ ବା କାହାକୁ । ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଧାନଶିକ୍ଷକ ନିରଞ୍ଜନ ଆତିଙ୍କୁ ବାନ୍ଧିଲେ ଭିଜିଲାନ୍ସ ଅଧିକାରୀ ।

ସୂଚନା ଅନୁସାରେ, ଶ୍ରୀ ଆତି ନିଜ ସ୍କୁଲର ଜଣେ କର୍ମଚାରୀଙ୍କ ଗୃହ ଋଣ ପାଇଁ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ଵାରସ୍ତ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ଅଭିଯୋଗକାରୀ ପ୍ରଧାନଶିକ୍ଷକଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରିଥିଲା । ଭିଜିଲାନ୍ସ କର୍ମଚାରୀମାନେ ଶ୍ରୀ ଆତିଙ୍କ ଠାରୁ ୫୦୦୦ ଟଙ୍କା ଜବତ କରିଥିଲେ । ଏହା ପରେ ଭିଜିଲାନ୍ସ ବିଭାଗ ପ୍ରଧାନଶିକ୍ଷକଙ୍କ ବାସ ଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ।

 

Leave A Reply

Your email address will not be published.