Latest Odisha News

BREAKING NEWS

ଜଣେ ନାବାଳକ ସହ ୪ ଜୀବନ ନେଲା ଇଟା ଭାଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା । ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।

ସୂଚନା ଅନୁସାରେ, ଢେଙ୍କାନାଳ କଣ୍ଟାବଣିଆ ଥାନା କମଳାଙ୍ଗ ଗାଁରେ ଥିବା ଏକ ଇଟା ଭାଟିରେ କିଛି ଶ୍ରମିକ କାମ କରୁଥିଲେ। ରାତିରେ ଭାଟିରେ ନିଆଁ ଲଗାଇ ନିକଟରେ ଶାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ଜୀବନ ଯାଇଛି । ମୃତକ ସମସ୍ତ ୪ ଜଣ ଗୋଟେ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୭ବର୍ଷର ଶିଶୁ ଥିବା ସୂଚନା ମିଳିଛି । ସମସ୍ତ ମୃତକ ଛତିଶଗଡ଼ର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳରେ ବେଆଇନ୍ ଭାବେ ଇଟାଭାଟି ରହିଛି । ଗତ କିଛିଦିନ ତଳେ ମଧ୍ୟ ୨ଜଣ ଶ୍ରମିକ ଏହି ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତୁ ବରଣ କରିଥିଲେ ।

 

 

 

Leave A Reply

Your email address will not be published.