Latest Odisha News

ପରଦାକୁ ପୁଣି ଫେରିବାକୁ ଚାହୁଁଛନ୍ତି ଡ଼୍ରିମ୍‌ଗାର୍ଲ: ତାଙ୍କ ପାଇଁ କାମ ଖୋଜୁଛନ୍ତି ଇଶା

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପରଦାକୁ ପୁଣି ଫେରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତଥା ଡ଼୍ରିମ୍‌ଗାର୍ଲ ହେମା ମାଳିନୀ । ଏକଥା ହେମାମାଳିନୀ ନୁହେଁ ତାଙ୍କ ଝିଅ ଇଶା ଏକ ସାକ୍ଷାତକାରରେ ଏହା କହିଛନ୍ତି । ହେଲେ ସେ କହିଛନ୍ତି ତାଙ୍କ ମାଆ ଏବେ ଭଲ ରୋଲ ଓ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି । ହେମାମାଳିନୀଙ୍କ କମ୍‌ବ୍ୟାକକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଇଶା କହିଛନ୍ତି ଯେ, ମୁଁ ମୋ ମାଆଙ୍କୁ ପୁଣିଥରେ ବଡ ପରଦାରେ ଅଭିନୟ କରିବାକୁ କହୁଛି । ହେଲେ ପୂର୍ବରୁ ସେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ହେଲେ ଏବେ କିନ୍ତୁ ସେ ପୁଣିଥରେ ବଡ ପରଦାକୁ ଫେରିିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଏବେ ସେ ଭଲ କାହାଣୀ ଓ ଭଲ ଚରିତ୍ର ଖୋଜୁଛନ୍ତି । ତେଣୁ ଯଦି କାହା ନିକଟରେ ଏମିତି କିଛି ରହିଛି ତେବେ ସେ ମୋ ମାଆଙ୍କୁ କଲ କରିବେ ବୋଲି ଇଶା କହିଛନ୍ତି ।

ଅଭିନେତ୍ରୀ ହେମାମାଳିନି କିଛି ଦଶକ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଥିଲେ । କେବଳ ଅଭିନୟ ନୁହେଁ ସେ ରାଜନୀତିରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମି କ୍ୟାରିୟରରେ ସେ ସୋଲେ, ସୀତା ଔର ଗୀତା ଭଳି କିଛି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ଶେଷଥର ପାଇଁ ତାଙ୍କୁ ୨୦୨୦ରେ ଫିଲ୍ମ ‘ଶିମଲା ମିର୍ଚ୍ଚ’ରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ବଡ ପରଦାକୁ ଫେରିବାକୁ ଚାହୁଁଛନ୍ତି ଡ୍ରିମଗର୍ଲ ।

 

Leave A Reply

Your email address will not be published.