Latest Odisha News

ଖରା ତାତିକୁ ନେଇ ୟୁରୋପରେ ହାହାକାର, ଶୁଖିଗଲା ଲାଇଫ ଲାଇନ ରାଇନ ନଦୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱ ତାପମାତ୍ରା ବଢୁଛି । ପାଣିପାଗ ବଦଳୁଛି । ଏହି ପରିବର୍ତ୍ତି ପାଣିପାଗର ଫଳ କେବଳ ଭାରତ ନୁହେଁ, ସାରା ବିଶ୍ୱକୁ ଭୋଗିବାକୁ ପଡୁଛି ।  ଖରା ଓ ତାତିରେ ଖାଲି ଓଡ଼ିଶା ବା ଭାରତ ନୁହେଁ ସାରା ବିଶ୍ୱ ଜଳୁଛି । ୟୁରୋପରେ ମଧ୍ୟ ହାହାକାର ପଡିଗଲାଣି ଗରମକୁ ନେଇ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁରୋପର ଲାଇଫଲାଇନ କୁହାଯାଉଥିବା ରାଇନ ନଦୀର ପାଣି ଗରମ ପାଗ ଯୋଗୁ ଦୁଇ ସପ୍ତାହ ମଧ୍ୟରେ ଶୁଖି ଗଲାଣି । ରାଇନ ନଦୀ ଶୁଖିବା କାରଣରୁ ବ୍ୟବସାୟ ଉପରେ ଏହାର ବଡଧରଣର ପ୍ରଭାବ ପଡିଛି ।

ଜର୍ମାରୀର ଆନ୍ତର୍ଜାତୀୟ ଜଳମାର୍ମ ଏଜେନ୍ସି  ଅନୁସାରେ, ଭଲ ବର୍ଷା ନ ହେବା କାରଣରୁ ଫ୍ରେଙ୍କ ଫର୍ଟ ପାଖରେ ଏକ ସ୍ଥାନରେ ପାଣିର ସ୍ତର ଜୁନେ ୧୬ ତାରିଖରେ ୧.୪୩ ମିଟର ତଳକୁ ଚାଲି ଯାଇଛନ୍ତି । ବିଗତ ୨୦ ବର୍ଷ ମଧ୍ୟରେ ଏପରି ସ୍ଥିତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହି ଏଜେନ୍ସି ର କହିବା ଅନୁଯାୟୀ, ରାଇନ ନଦୀର ଜଳସ୍ତର ଏହି ସ୍ଥାନର ଜୁନ ୨୦ ତାରିଖ ସୁଦ୍ଧା ଆହରି କମି ପାରେ । ଗତବର୍ଷ ମଧ୍ୟ ବର୍ଷା ଅଭାବରୁ ଏହି ନଦୀ ଜଳସ୍ତର ଖସି ଯାଇଥିଲା । ରାଇନ ନଦୀର ଏପରି ଅବସ୍ଥା ଦେଖି ସାରା ୟୁରୋପରେ ହାହାକାର ସୃଷ୍ଟି ହୋଇଛି ।

ରାଇନ ନଦୀର ଜଳସ୍ତର ଶୁଖିଗଲେ ଆନ୍ତର୍ଜାତୀୟ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିବ  । କାରଣ ଏହି ନଦୀପଥ ଦେଇ ସୁଇଜରଲାଣ୍ଡ ଓ ଅନ୍ୟ ଦେଶ ସହ ବ୍ୟାବସାୟିକ କାରବାର କରିଥାଏ । କଞ୍ଚାମାଲ ସପ୍ଲାଇ କରିଥାଏ।  ରାଇନ ନଦୀ ଆଲପ୍ସ ପର୍ବତ ଶ୍ରେଣୀରୁ ବାହାରି ଉତ୍ତର ସାଗତ ପର୍ଯ୍ୟନ୍ତ ୮୦୦ ମାଇଲ ଧରି ପ୍ରବାହିତ ହେଉଛି । ପୂରା ୟୁରୋପୀ ଦେଶ ମଧ୍ୟରେ ଏହି ନଦୀପଥ ଦେଇ ତେଲ ସହ ଅନ୍ୟାନ୍ୟ ସାମଗ୍ରୀ ଯଥା ଲୁହା, କୋଇଲା ଆଦି ସାମଗ୍ରୀର କାରବାର ହୋଇଥାଏ ।

Leave A Reply

Your email address will not be published.