Latest Odisha News

BREAKING NEWS

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ।

ଲୋକଙ୍କ ଅଭିଯୋଗ ଅନୁସାରେ, ଦକ୍ଷିଣ ଶିମିଳିପାଳର ଏସିଏଫ୍ ବିଭିନ୍ନ ସମୟରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ଯାହାବି ଘଟିଛି ସେ ସବୁ ପାଇଁ ଲୋକେ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଲୋକେ କହିଛନ୍ତି, ସରକାର କହୁଛନ୍ତି ବନ କର୍ମଚାରୀଙ୍କ ପାଇଁ ସାହାଯ୍ୟ କରାଯାଉଛି, କିନ୍ତ ତାହା ଯଥେଷ୍ଟ ନୁହେଁ ।

ସାହାଯ୍ୟ ଯଥେଷ୍ଟ ହୋଇଥିଲେ ଜଣେ ଫରେଷ୍ଟରଙ୍କର ମୃତ୍ୟୁ ଗୁଳିରେ ହୋଇ ନଥାନ୍ତା ବୋଲି କହିଛନ୍ତି ଫରେଷ୍ଟର ଗାର୍ଡ ଶଶାଙ୍କ ଶେଖର । ତେବେ ଲୋକଙ୍କ ହୋ ହଲ୍ଲା ଭିତରେ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ମୁଁ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଆସିଛି । ଆରସିସିଏଫଙ୍କ ସହ କଥା ହୋଇଛି, ସରକାର ଗୁରୁତ୍ୱ ଦେଇ ନଜର ରଖିଛନ୍ତି ।

ଅନ୍ୟପଟେ ଏସିଏଫଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ଆରସିସିଏଫ୍ ପ୍ରକାଶ ଚନ୍ଦ୍ର ଗୋଗିନେନି କହିଛନ୍ତି, ଏସିଏଫ୍ ବିଶ୍ୱାଳ ଜଣେ ଭଲ ବ୍ୟକ୍ତି । ସେ ବନ କର୍ମଚାରୀମାନଙ୍କ କାର୍ଯ୍ୟ ତଦାରଖ କରନ୍ତି । ତେବେ ମାନସିକ ନିର୍ଯାତନା ଅଭିଯୋଗ ଚିନ୍ତାର ବିଷୟ । ଏନେଇ ତଦନ୍ତ କରି ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆରସିସିଏଫ୍ ।

Leave A Reply

Your email address will not be published.