ନୂଆଦିଲ୍ଲୀ: ବୌଦ୍ଧ ବ୍ୟଞ୍ଜନ ଏକ ଏସୀୟ ଖାଦ୍ୟ। ଏହାକୁ ବିଶେଷ କରି ବୌଦ୍ଧ ଧର୍ମାବଲମ୍ବୀମାନେ ଅନୁସରଣ କରିଥାନ୍ତି। ବୌଦ୍ଧ ଆହାର ମୁଖ୍ୟତଃ ଶାକାହାରୀ ଭୋଜନ ହୋଇଥାଏ।
ଯିଏ ବୌଦ୍ଧ ଧର୍ମ ଗ୍ରହଣ କରେ ତାଙ୍କୁ ଶାହାକାରୀ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ସେମାନଙ୍କୁ ମାଂସାହାରୀ ଆଦି ଖାଦ୍ୟଠାରୁ ଦୂରେଇ ରହିବାକୁ ପଡ଼ିଥାଏ। ଏହି ପ୍ରକାରର ଖାଦ୍ୟ ଗ୍ରହଣ କରିବା ଦ୍ବାରା ଶରୀର ସୁସ୍ଥ ରହେ ଓ ମନ ସତେଜ ରହେ ବୋଲି ବିଶ୍ବାସ କରାଯାଏ। ତେବେ ଆପଣ ମଧ୍ୟ ବୁଦ୍ଧିଷ୍ଟ୍ ଡାଏଟ୍କୁ ଅନୁସରଣ କରିପାରିବେ।
ବୌଦ୍ଧ ଖାଦ୍ୟ ହେଉଛି ଶାକାହାରୀ ଖାଦ୍ୟ ଯେଉଁଥିରେ ଉଦ୍ଦିଦ ଭିତ୍ତିକ ଖାଦ୍ୟ ବ୍ୟବହାର କରାଯାଇଥାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁସ୍ଥ ଖାଦ୍ୟ, ସଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ଖାଦ୍ୟ ସାମିଲ୍ କରି ଏକ ସୁସ୍ଥ ଜୀବନଶୈଳୀ ବଞ୍ଚିବା।
ତେବେ ବୁଦ୍ଧିଷ୍ଟ୍ ଡାଏଟ୍ରେ କଣ ସବୁ ଖିଆଯାଏ ଜାଣନ୍ତୁ
ଆପେଲ୍, କଦଳୀ, ସାଇଟ୍ରିକ୍ ଫଳ ଇତ୍ୟାଦି।
ପନିପରିବା ଯଥା ବ୍ରୋକଲି, ବିନ୍ସ, ଟମାଟୋ, କ୍ୟାପସିକମ୍ ଇତ୍ୟାଦି।
ବାଦାମ ଜାତୀୟ ଖାଦ୍ୟ ଏବଂ ଅଲିଭ୍ ଓ ଆଭୋକାଡୋ ଭଳି ବିଶୁଦ୍ଧ ତେଲ ଇତ୍ୟାଦି ଖିଆଯାଇଥାଏ। ଏହାସହିତ ଚାଉଳ, ଓଟସ୍ ପରି ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରାଯାଇଥାଏ।
Comments are closed.