Latest Odisha News

BREAKING NEWS

ସ୍ଥଗିତ ରହିଲା ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖ ଉଚ୍ଛେଦ ପକ୍ରିୟା

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ଥିବା ଜବରଦଖଲକୁ ସ୍ଥାନୀୟ ପ୍ରଶାସନ ଆଜି ଉଚ୍ଛେଦ କରିବାକୁ ଧାର୍ଯ୍ୟ କରାଯାଇଥିଲା । ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ସମୟରେ ସୋମବାର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବାପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଥିବା ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବିଏମସି ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ଦୋକାନ ଓ ଗୃହ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ଏହି ବୈଠକରେ ସେମାନଙ୍କ ଥଇଥାନ ନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କରି ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିବାକୁ ଦୋକାନ ହରାଇଥିଲେ ବ୍ୟବସାୟୀମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହୁ ବୋଲି ବ୍ୟବସାୟ ମହଲରେ ଦାବି ହୋଇଛି ।

ଏପରିକି ଉଚ୍ଛେଦ ପକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ଦାବି କରି ସ୍ଥାନୀୟ ଲୋକେ ଲିଙ୍ଗରାଜ ପୋଲିସ ଷ୍ଟେସନ ନିକଟରେ ଧାରଣାରେ ବସି ରହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରର ଚାରିପାଖରେ ଥିବା ର ୫୬ଟି ଦୋକାନ ସହ କିଛି ଆସ୍ଥାୟୀ ଦୋକାନ ଓ ଭଜନ ମଣ୍ଡପକୁ ଗତକାଲି ଉଚ୍ଛେଦ କରାଯାଇଛି ।

ତେବେ ମନ୍ଦିରର ଭଜନ ମଣ୍ଡପକୁ ଭାଙ୍ଗିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତା ସୁର ରାଉତରାୟ ଦାବି କରିଥିଲେ ।

ପ୍ରଶାସନର ପୂର୍ବ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ପାୱାର ସବ-ଷ୍ଟେସନ ଠାରୁ ଆରମ୍ଭ କରି ବିନ୍ଦୁସାଗର କୂଳରେ ଥିବା ଉଠା ଦୋକାନୀ ଗୁଡିକର ଉଚ୍ଛେଦ ପକ୍ରିୟା ଆରମ୍ଭ କାର୍ଯ୍ୟ ହେବାର ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.