Latest Odisha News

ଇଭିଏମ୍‌ ମେସିନ୍‌ରେ ତ୍ରୁଟି, ୨ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ

ଭୁବନେଶ୍ୱର : ଆଜି ପୌର ନିର୍ବାଚନ । ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭୋଟର ମାନେ ଭୋଟ ନଦେଇ ଫେରୁଛନ୍ତି ।

ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ କରୁନି ଇଭିଏମ୍‌ ମେସିନ୍‌ । ଯାହାଫଳରେ ଏବେ ଯାଏଁ ଆରମ୍ଭ ହୋଇପାରୁନି ମତଦାନ । ଇଭିଏମ୍‌ କାମ ନକରିବାରୁ ଭୋଟ ନଦେଇ ଫେରୁଛନ୍ତି ଭୋଟର ।  ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କଟକରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି । ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । କଟକ ସିଡିଏ ସ୍ଥିତ ଡିଏଭି ସ୍କୁଲର ଥିବା ୩୭ ଓ ୩୦ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଇଭିଏମ୍‌ରେ ତ୍ରୁଟି ଥିବାରୁ ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେହିପରି ଭୁବନେଶ୍ୱର କିଛି ବୁଥ୍‌ରେ ମଧ୍ୟ ଇଭିଏମ୍‌ ତ୍ରୁଟି ଦେଖାଦେଇଛି । ନୟାପ୍ଲଲୀର ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଛି ।

ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି ।

Leave A Reply

Your email address will not be published.