Latest Odisha News

BREAKING NEWS

ବିଧାନସଭା: ବଦଳିଲା ଦାମ ରାଉତଙ୍କ ଆସନ

ଭୁବନେଶ୍ୱର : ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବିଧାନସଭାରେ ସିଟ୍ ସ୍ଥାନ ବଦଳିଛି ।

ବିଜେଡିରୁ ବହିଷ୍କାର ହେବା ପରେ ବିଧାନସଭା ଗୃହ ମଧ୍ୟରେ ଦାମଙ୍କ ସିଟ ବଦଳିଥିବା ନେଇ ସୂଚନା ମିଳିଛି ।

ପୂର୍ବରୁ ଦାମୋଦର ରାଉତ ଗୃହର ବ୍ଲକ ଡି-୩ ସିଟରେ ବସୁଥିବାବେଳେ ବର୍ତ୍ତମାନ ସେ ବ୍ଲକ ଫ-୧୦ ରେ ସିଟରେ ବସିବା ନେଇ ଜଣାପଡିଛି ।

ତେବେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଦାମଙ୍କ ସିଟ ସ୍ଥାନ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖ୍ୟ ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୧୨ରେ ବିଜେଡିରୁ ବହିଷ୍କାର କରାଯାଇଥିଲା ଦାମଙ୍କୁ ।

Leave A Reply

Your email address will not be published.