Latest Odisha News

BREAKING NEWS

‘ବିଜେଡି ନେତା ସାଜିଛନ୍ତି କରୋନା ସୁପର ସ୍ପ୍ରେଡର’

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏଥିପାଇଁ ଚାରିଆଡେ କୋଭିଡ କଟକଣା ଲାଗୁ କରିଛନ୍ତି ସରକାର । ତେବେ କୋଭିଡ କଟକଣାକୁ ନେଇ ଏବେ କିନ୍ତୁ ରାଜନୀତି ଜୋର୍ ଧରିଛି । ବିଜେଡି ନେତାମାନେ କୋଭିଡ ନିୟମ ଭାଙ୍ଗୁଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି ।

ବିଜେଡିର ଜଣେ ନେତା ସୁପର ସ୍ପ୍ରେଡର ସାଜିଛନ୍ତି । ଏହି ସୁପର ସ୍ପ୍ରେଡର ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ସରକାର ପଛଘୁଂଚା ଦେଉଛନ୍ତି ବୋଲି କଂଗ୍ରେସର ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ବିଜେଡି ନେତାମାନେ ଖୋଲାଖୋଲି କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ତାଙ୍କୁ ତଳିଆ ଅଫିସର ସାହାଯ୍ୟ କରୁଛନ୍ତି । ଏନେଇ ଜିଲ୍ଳାପାଳଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନି । ଯଦି କଂଗ୍ରେସ ନେତା ସୁର ରାଉତରାୟ ଓ ବିଜେପି ନେତାଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇପାରୁଛି ତେବେ ବିଜେଡି ନେତାଙ୍କ ବିରୋଧରେ କାହିଁକି ହେଉନି ବୋଲି ଦେବାଶିଷ ପାଲଟା ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏଯାଏଁ ସଙ୍ଗରୋଧରୁ ଫେରିଥିବା ଲୋକଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିନାହିଁ । ବର୍ତ୍ତମାନର ଏହି ମହାମାରୀ ସମୟରେ ଗଣମାଧ୍ୟମ ହିଁ ଗରିବ ଲୋକଙ୍କ ଆଖି ଓ କାନ ପାଲଟିଛି । ତେଣୁ ସାମ୍ବାଦିକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.