Latest Odisha News

BREAKING NEWS

ଖୁବଶୀଘ୍ର ପ୍ରକାଶ ପାଇବ +୨ ନାମଲେଖା ବିଜ୍ଞପ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ମାଟ୍ରିକ ରେଜଲ୍ଟ ବାହାରି ସାରିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଯୁକ୍ତ ୨ କଲେଜ ଗୁଡିକରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିଭାଗ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନେ କମ୍ବା ଦୁଇ ଦିନ ମଧ୍ୟରେ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଯୁକ୍ତ-୨ ମହାବିଦ୍ୟାଳୟର ପ୍ରିନ୍ସିପାଲ ମାନଙ୍କୁ ନିଜ ନିଜ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ପ୍ରସ୍ତୁତ ରହିବାକୁ ଆଗୁଆ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ- ଅଗଷ୍ଟ ୪ରୁ ଶିକ୍ଷକଙ୍କ ଅନଲାଇନ୍ କ୍ଲାସ୍

Leave A Reply

Your email address will not be published.