Latest Odisha News

BREAKING NEWS

ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍‌

ଭୁବନେଶ୍ୱର: ପ୍ରାୟ ସାଢ଼େ ୪ ମାସ ପରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍ । ବିଏମ୍‌ସିର ନୂଆ ଗାଇଡଲାଇନ୍ ଅନୁସାରେ ଏହି ମଲ୍ ସବୁକୁ ଖୋଲା ଯାଇଛି । ସପ୍ତାହନ୍ତ ସଟ୍ ଡାଉନ୍ ପାଇଁ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ମଲ୍ ଗୁଡିକ ଖୋଲାରହିଥିଲା । ପ୍ରଥମ ଦିନରେ ବିଭିନ୍ନ ମଲ୍ ଗୁଡିକରେ କୋଭିଡ୍ କଟକଣାକୁ ଗୁରୁତ୍ବ ଦିଆଯାଇଥିଲା । ଆସନ୍ତାକାଲିଠାରୁ ମଲ୍ ଗୁଡିକ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ । କିନ୍ତୁ ସପ୍ତାହନ୍ତ ସଟ୍ ଡାଉନ୍ ବେଳେ ମଲ୍ ଖୋଲିପାରିବ ନାହିଁ ।

ମଲ୍ ପରିସରରେ ଥିବା ଫୁଡ୍ କୋର୍ଟ, ଗେମ୍ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ସିନେମା ହଲ୍ , ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହଲ୍, ଫନ୍ ଜୋନ୍ ବନ୍ଦ ରହିବ । ମଲ୍ ଭିତରେ କୌଣସି ପ୍ରମୋସନାଲ୍ ଆକ୍ଟିଭିଟି ହୋଇପାରିବ ନାହିଁ । ମଲ୍ କୁ ଆସୁଥିବା ବ୍ୟକ୍ତି କିମ୍ବା ଗ୍ରାହକ ଯେପରି ଏକାଠି ହେବେ ନାହିଁ ତା ଉପରେ ମଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ କୁହାଯାଇଛି । ମଲ୍ ରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯାଇଛି ।

ମଲ୍ ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂକୁ ବାଧ୍ୟତାମୂଳକ କରାଯାଇଛି । ମଲ୍ ଭିତରେ ସାମାଜିକ ଦୂରତା କଟକଣା କଡ଼ା କରାଯାଇଛି । ଅତି କମ୍ ରେ କର୍ମଚାରୀ ଓ ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରଖିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ନେଇ ମଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ।ସେହିପରି ହାତ ଧୋଇବା କିମ୍ବା ସାନିଟାଇଜ୍ ଉପରେ ମଲ୍ କର୍ତ୍ତୃପକ୍ଷ ଗୁରୁତ୍ବ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.