Latest Odisha News

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।

କୈଳାସ ଚନ୍ଦ୍ର ବେହେରା ରାଉରକେଲା ତହସିଲଦାର ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ରାଉରକେଲା ତହସିଲଦାର ଥିବା ବେଳେ କୈଳାସ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।

ଲିଜ୍ ଜମିକୁ ବାତିଲ୍ ନ କରିବା ଏବଂ ଅଭିଯୋଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଲାଗି ତହସିଲଦାର ଲାଞ୍ଚ ନେଇ ଧରା ପଡ଼ିଥିଲେ । ଏନେଇ ଅନୁଗୁଳ ଭିଜିଲାନ୍ସରେ ୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ରାୟ ପ୍ରକାଶ କରି ତତ୍କାଳୀନ ରାଉରକେଲା ତହସିଲଦାରଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

Comments are closed.