Latest Odisha News

BREAKING NEWS

ପୋଲିସ ଉପରେ ଭାରି ପଡ଼ିଲେ ଦୁର୍ବୃତ୍ତ: ଗଞ୍ଜେଇ ଜବତ କରିବାକୁ ଯାଇ ଖଣ୍ଡାଚୋଟ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ହେଲେ ସେହି ଜାଲରେ ପଡ଼ିଗଲେ ଖୋଦ୍ ଅବକାରୀ ଅଧିକାରୀ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଦ ଶବର । ଉଭୟଙ୍କୁ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ ୨୫ରୁ ଅଧିକ ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା କୋଟପାଡ ଥାନା ଘୋଡାହାଟ ଗ୍ରାମରେ ଘଟିଛି ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କୋରାପୁଟ କୋଟପାଡ଼ ଥାନା ଘୋଡାଘାଟ ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ କୋଟପାଡ଼ ଥାନା ଅମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ବିଭାଗ IICଙ୍କ ତତ୍ୱାବଧାନରେ ଚଢାଉ କରିଥିଲେ । ଏହି ସମୟରେ ଗଞ୍ଜେଇ ମାଫିଆ ଅବକାରୀ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

କୌଣସି ବାଟ ନପାଇ ସାଙ୍ଗରେ ଥିବା ଅନ୍ୟ ଅବକାରୀ କର୍ମଚାରୀମାନେ ୨ ଜଣ ଆହତ ଅଧିକାରୀଙ୍କୁ ଧରି କୌଶଳକ୍ରମେ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

Leave A Reply

Your email address will not be published.