Latest Odisha News

BREAKING NEWS

ପୁଣି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଇଞ୍ଜିନ୍

ବାଲେଶ୍ୱର: ଏକ କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ ଛାଡ଼ି ୨ କିଲୋମିଟର ପଳାଇଛି ।

ସୂଚନା ଅନୁସାରେ, କୋଇଲା ବୋଝେଇ ମାଲବାହୀ ଟ୍ରେନଟି ଧାମରାରୁ ବାହାରିଥିଲା । ତେବେ ସୋର ଷ୍ଟେସନ ନିକଟରେ କିଛି ୱାଗନ ଇଞ୍ଜିନ ଠାରୁ ଅଲଗା ହୋଇ ଯାଇଥିଲା । ଆଉ ଇଞ୍ଜିନଟି ୨ କିଲୋମିଟର ଯିବା ପରେ ଲୋକ ପାଇଲଟ୍ ଜାଣି ପାରିଥିଲେ ୱାଗନ ପଛରେ ରହି ଯାଇଛି ।

ଏଥିସହ ପଢ଼ନ୍ତୁ: ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ଏହା ପରେ ଇଞ୍ଜିନ୍ ପଛକୁ ଫେରିବା ସହ ପୁଣି ଥରେ ୱାଗନକୁ ସଂଯୋଗ କରି ଆଗକୁ ବଢ଼ିଛି । ଏହା ପୂର୍ବରୁ ଗତ ୧୫ ତାରିଖରେ ଭୁବନେଶ୍ୱରର ବାଣୀବିହାର ଷ୍ଟେସନରେ ଏକ ମାଲବାହୀ ଟ୍ରେନର ଇଞ୍ଜିନ୍ ୱାଗନକୁ ଛାଡ଼ି ମଞ୍ଚେଶ୍ୱର ଷ୍ଟେସନ ଯାଏ ପଳାଇଥିଲା ।

Leave A Reply

Your email address will not be published.