Latest Odisha News

BREAKING NEWS

ଧଉଳି ଛକରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଧଳା ଜହର ବ୍ୟବସାୟ । ଆଜି ଧଉଳି ଛକ ନିକଟରୁ ଅବକାରୀ ବିଭାଗର ଅଧିକାରୀମାନେ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥି ସହ ଏକ ସ୍କୁଟି ଜବତ ରଖିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ବ୍ରାଉନ ସୁଗାର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏମାନଙ୍କୁ ଗିରଫ କରାଯାଇଛି । ଏହି ବ୍ରାଉନ ସୁଗାର ବାଲେଶ୍ୱରରୁ ଆସିଥିବା ଜଣାପଡିଛି । ତେବେ ଏହି କାରବାରରେ ସାମିଲ ଥିବା ଅନ୍ୟମାନଙ୍କ ସମ୍ପର୍କରେ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.