Latest Odisha News

BREAKING NEWS

ବିଶ୍ୱ ଫାଷ୍ଟ ଏଡ ଦିବସ: ସ୍କୁଲ-କଲେଜ ଛାତ୍ର ଛାତ୍ରୀଙ୍କୁ ଦିଆଗଲା ତାଲିମ

ପୁରୀ: ବିଶ୍ୱ ଫାଷ୍ଟ ଏଡ ଦିବସ ଅବସରରେ ଆଜି ପୁରୀର ଗୋପବନ୍ଧୁ ଅରୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସେଂଟ ଜନ ଆମ୍ବୁଲାନ୍ସ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ, କଲେଜର ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପୁରୀରେ ସେଂଟ ଜନ ଆମ୍ବୁଲାନ୍ସ ଜୁନିୟର ଡିଭିଜନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା । ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଣବ ରଞ୍ଜନ ଦାସ, ଅଭିମନ୍ୟୁ ଭୂୟାଁ, ଚକ୍ରଧର ମହାପାତ୍ର, ଡାକ୍ତର ଦେବ ଦାସ, ପବିତ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର ଏହାକୁ ପରିଚାଳନା କରିଥିଲେ ।

ମନୋଜ ମୂର୍ଖାଜୀ, ପ୍ରଭାତ ଦାସ, ମଧୁମିତା ମହାପାତ୍ର, ଜୟନ୍ତୀ ମହାପାତ୍ର ଓ ପବିତ୍ର ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ଅନ୍ନଦା ମହାନ୍ତି, ଶୋଭାମଣି ସ୍ୱାଇଁ, ଶ୍ୟାମ ପ୍ରକାଶ ସେନାପତିଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.