Latest Odisha News

BREAKING NEWS

ରାହୁଲ ଗାନ୍ଧୀ ଓ ପାଦ୍ରୀଙ୍କ ଭିଡିଓକୁ ନେଇ ବିବାଦ, ବିଜେପି କହିଲା ‘ବ୍ରେକ୍ ଇଣ୍ଡିଆ’ ଯାତ୍ରା ଚାଲିଛି

ଚେନ୍ନାଇ: ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଏବେ ଭାରତ ଯୋଡା ଯାତ୍ରାରେ ଅଛନ୍ତି। ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀଙ୍କୁ ଜର୍ଜ ପୋନ୍ନାୟାଙ୍କୁ ସେ ଏହି ଅବସରରେ ଭେଟିଥିଲେ। ରାହୁଲ ଏବଂ ପାଦ୍ରୀଙ୍କ ବାର୍ତ୍ତାଳାପର ଏକ ଅଂଶ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ଭିଡିଓକୁ ନେଇ ବିବାଦ ଉପୁଜିଛି। ବିଜେପି ଏହାକୁ ନେଇ ପ୍ରତିକ୍ରିୟା ରଖିଛି। ଆଉ ଏପରି ବୟାନ ଯଦି ସତ ହୋଇଥାଏ ତାହେଲେ ରାହୁଲ ଭାରତକୁ ଯୋଡିବା ପାଇଁ ଯାତ୍ରା କରୁଛନ୍ତି ତାହା ଅସଲରେ ଭାଙ୍ଗିବା ପାଇଁ ଶାସକ ଦଳ କହିଛି।

ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ଏବଂ ପାର୍ଦୀଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଅଂଶ ରହିଛି। ଯେଉଁଥିରେ ରାହୁଲ ଗାନ୍ଧୀ ପଚାରିଛନ୍ତି, “ଯୀଶୁ ଖ୍ରୀଷ୍ଟ ଭଗବାନଙ୍କର ଏକ ରୂପ? ଏହା ସତ କି?” ତାଙ୍କ ପ୍ରଶ୍ନକୁ ପାଦ୍ରୀ ଜର୍ଜ ପୋନ୍ନାୟା କହିଛନ୍ତି, ସେ ପ୍ରକୃତ ଭଗବାନ।

ଯେଉଁ ପାଦ୍ରୀ ଏପରି କହିଥିବାର ନଜର ଆସିଛି ତାଙ୍କ ନାଁ ପୋନ୍ନାୟା । ସେ ଉତ୍ତେଜନାମୂଳକ ବିବୃତ୍ତି ଦେବାରେ ରେକର୍ଡ ରହିଛି। ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଡିଏମକେ ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ତାଙ୍କୁ ଗତ ବର୍ଷ ଜୁଲାଇରେ ଗିରଫ କରାଯାଇଥିଲା।

ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି. ଏହା ରାହୁଲ ଗାନ୍ଧୀଙ୍କର ଭାରତ ଯୋଡୋ ଯାତ୍ରା ନୁହେଁ ବରଂ  ‘ବ୍ରେକ୍ ଇଣ୍ଡିଆ’ ଯାତ୍ରା। ସେ ଟ୍ୱିଟ୍ କରି କହିଛନ୍ତି, ‘ଜର୍ଜ ପୋନ୍ନାୟା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେମାନେ କହିଛନ୍ତି ଯେ ଯୀଶୁ ହେଉଛନ୍ତି ଏକମାତ୍ର ଭଗବାନ। ହିନ୍ଦୁ ଧର୍ମ ବିରୁଦ୍ଧରେ ଘୃଣ୍ୟ ମନ୍ତବ୍ୟ ଦେଇଥିବାରୁ ଏହି ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା’।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ବିଜେପିର ଘୃଣା କାରଖାନାର ଏକ ଭୟଙ୍କର ଟ୍ୱିଟ ଭାଇରାଲ ହେଉଛି। ଅଡିଓରେ ରେକର୍ଡ ହୋଇଥିବା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ବିଜେପିର ଏକ ଚାଲ । ଭାରତ ଯୋଡ ଯାତ୍ରାର ସଫଳତା ସହି ନପାରି ଏପରି କହୁଛି ଦଳ।

Leave A Reply

Your email address will not be published.